କିଛି ଦିନ ତଳେ ପରିଚାଳନା ବନ୍ଦ କରିଥିବା ଜେଟ୍ ଏୟାରଓଏଜର ନେସନାଲ୍ ଅଭିଏଟର୍ ଗାଇଡ୍ (ଏନଏଜି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରି ଏକ ପତ୍ର ଲେଖିଛନ୍ତି । ସେ ମୋଦୀଙ୍କୁ ଲେଖି କରି କହିଛନ୍ତି ଯେ ସମସ୍ତ କର୍ମଚାରୀମାନଙ୍କୁ ନ୍ୟୂନତମ ଏକ ମାସର ଦରମା ପ୍ରଦାନ କରିବାକୁ କମ୍ପାନିର ଋଣଦାତା ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଉ ।
ଗତ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇ-ମେଲ୍ କରି ଏୟାରଲାଇନର ଡି-ରେଜିଷ୍ଟ୍ରେସନ୍ ରୋକିବାକୁ ମଧ୍ୟ ନିବେଦନ କରିଛନ୍ତି । ଏନ୍ଏଜ ସଭାପତି କରଣ ଚୋପ୍ରା ଇ-ମେଲ୍ କରି ଲେଖିଛନ୍ତି ଯେ ‘କିଙ୍ଗଫିସର୍ ଏୟାରଲାଇନ୍ ବନ୍ଦ ହେବା ବେଳେ କର୍ମଚାରୀମାନେ ଯେଉଁ ଭଳି ଭାବେ ମାନସିକ ସ୍ଥିତି ଦେଇ ଗତି କରିଥିଲେ ତାହା ପୁନଶ୍ଚ ନହେଉ । ଉଲ୍ଲେଖଯୋଗ୍ୟ, ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଜେଟ୍ ଏୟାରଓଏଜର ପରିଚାଳନା ବନ୍ଦ ହୋଇଯିବା ପରେ କମ୍ପାନିର କର୍ମଚାରୀମାନେ ନିଜର ବକେୟା ଦରମା ଟଙ୍କା ଓ ଅନ୍ୟ ପାଉଣା କିପରି ପାଇବେ ଚିନ୍ତାରେ ପଡ଼ିଛନ୍ତି ।
ଏ ନେଇ ଶୁକ୍ରବାର କମ୍ପାନିର ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀ (ସିଇଓ) କହିଥିଲେ କମ୍ପାନିକୁ ଯେ କେହି ନେଇ ପୁନଶ୍ଚ ଚଳାଇଲେ ଆମେ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେଲେ ମଧ୍ୟ କର୍ମଚାରୀମାନଙ୍କ ବକେୟା ପାଉଣା ବିଷୟରେ କେହି ହେଲେ ପଦୁଟିଏ କହୁନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/image-3.jpg)
/kanak/media/post_attachments/wp-content/uploads/2019/04/jet-airways_bac22cbc-6968-11e9-8193-fd2d71cfe7d0-300x169.jpg)
/kanak/media/post_attachments/wp-content/uploads/2019/04/JET-AIRWAYS-STAFF-PROTEST-300x200.jpg)