‘ଆସ୍କ ଫର ହେଲଥ’ ଆପରେ ମିଳିବ ସୁବିଧା : ଘରେ ବସି ସ୍ୱାସ୍ଥ୍ୟ ସେବା ପାଇପାରିବେ ଗ୍ରାହକ 

87

କନକ ବ୍ୟୁରୋ : ଆସ୍କ ଫର ହେଲ୍ଥ୍ । ଏହା ଏକ ସ୍ୱାସ୍ଥ୍ୟ ଭିତିକ ଷ୍ଟାର୍ଟ ଅପ୍ । ଗ୍ରାମାଂଚଳ ଓ ଅପହଂଚ ସ୍ଥାନ ଗୁଡିକରେ ସହଜରେ ଓ ସୁଲଭରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ଏହାର ଲକ୍ଷ୍ୟ ରହିଛି । ଏହି ଆପ୍ ଦ୍ୱାରା ଗ୍ରାହକମାନେ ଅତ୍ୟନ୍ତ ସହଜରେ ନିଜ ନିଜ ଘରେ ବସି ସ୍ୱାସ୍ଥ୍ୟସେବା ପାଇପାରିବେ । କେବଳ ଗୋଟିଏ ଫୋନ କଲରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ ଆସ୍କ ଫର ହେଲ୍ଥ୍ ଆପ୍ । ଏହାସହ ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀମାନେ ଆସ୍କ ଟେଷ୍ଟ ମାଧ୍ୟମରେ ସବୁ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପାରିବେ । କେବଳ ଏତିକି ନୁହେଁ, ଆସ୍କ ଫର ମେଡ୍ ଆପ୍ ଜରିଆରେ ରୋଗୀଙ୍କୁ ସୁଲଭ ମୂଲ୍ୟରେ ସବୁ ପ୍ରକାର ମେଡିସିନ ମଧ୍ୟ ଯୋଗାଇ ଦିଆଯିବ ବୋଲି ଆସ୍କ ଫର ହେଲ୍ଥ୍ର ଫାଉଣ୍ଡର ସଂଜୀବ ପାତ୍ର ଓ ସୁନୀତା ମହାନ୍ତି କହିଛନ୍ତି ।