୫’ଟି’ ପାଇଁ ସମୟସୀମା ଧାର୍ଯ୍ୟ ହେଲା: ନିର୍ଦ୍ଦେଶାଳୟ ଓ ପ୍ରଶାସନିକ ବିଭାଗର ମିଶ୍ରଣ ପାଇଁ ଅକ୍ଟୋବର ୩୧ ଧାର୍ଯ୍ୟ

୫’ଟି’ ପାଇଁ ସମୟସୀମା ଧାର୍ଯ୍ୟ ହେଲା: ନିର୍ଦ୍ଦେଶାଳୟ ଓ ପ୍ରଶାସନିକ ବିଭାଗର ମିଶ୍ରଣ ପାଇଁ ଅକ୍ଟୋବର ୩୧ ଧାର୍ଯ୍ୟ

କନକ ବ୍ୟୁରୋ: ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ୫’ଟି’ ଚାର୍ଟର ଆଧାରରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କେତେକ ବିଭାଗ ଏ ନେଇ ପ୍ରସ୍ତୁତି ଚଳାଇଛନ୍ତି। ଗତକାଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏ ନେଇ ଡେଡଲାଇନ ଧାର୍ଯ୍ୟ କରିଛନ୍ତି।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଯେଉଁ ବିଭାଗ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାରେ ବିଳମ୍ବ କରୁଛନ୍ତି ସେସବୁ ବିଭାଗ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଏହାସହିତ ୨୦୧୯ ଅକ୍ଟୋବର ୩୧ ସୁଦ୍ଧା ପ୍ରଶାସନିକ ବିଭାଗଗୁଡ଼ିକରେ ସମ୍ପୃକ୍ତ ବିଭାଗର ନିର୍ଦ୍ଦେଶାଳୟ ମିଶ୍ରଣ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସବୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି ଜନସେବା ପ୍ରଦାନ କରୁଥିବା ସବୁ ବିଭାଗ ୨୦୨୦ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଅନଲାଇନ ସେବା ପ୍ରଦାନ କରିବେ। ପ୍ରଶାସନିକ ସଂସ୍କାର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସେବା ପାଇଁ ବିଭାଗୀୟ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସେମାନଙ୍କୁ ବାର୍ଷିକ ୨୦% ମାର୍କ ଦିଆଯିବ। ଏଥିପାଇଁ ସବୁ ବିଭାଗ ଆବଶ୍ୟକ ସ୍ପଷ୍ଟ ନୀତି ବିକାଶ କରିବେ। ଏହାସହିତ ଖାରବେଳ ଭବନରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ୧୧ଟି ବିଭାଗ ଏଇମାସ ୩୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସେଠାକୁ ସ୍ଥାନାନ୍ତର କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe