ରାଜ୍ୟ ପ୍ରଶାସନରେ ଅଗଷ୍ଟ ୧୯ ଗୁରୁତ୍ୱପୂର୍ଣ୍ଣ: ନୂଆ ଦାୟିତ୍ୱ ନେଲେ ୩ ପ୍ରଶାସନିକ ମୁଖ୍ୟ; ୫-ଟି ଢାଞ୍ଚାରେ ଚାଲିବ ସରକାର !

Advertisment
ରାଜ୍ୟ ପ୍ରଶାସନରେ ଅଗଷ୍ଟ ୧୯ ଗୁରୁତ୍ୱପୂର୍ଣ୍ଣ: ନୂଆ ଦାୟିତ୍ୱ ନେଲେ ୩ ପ୍ରଶାସନିକ ମୁଖ୍ୟ; ୫-ଟି ଢାଞ୍ଚାରେ ଚାଲିବ ସରକାର !

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ପଂଚମ ପାଳି ସରକାରର ୮୧ ଦିନ ପରେ ଆଜି ପ୍ରଶାସନିକ ସ୍ତରରେ ଏକ ନୂତନ ଧାରା ଆରମ୍ଭ ହୋଇଛି । ରାଜ୍ୟର ୩ ଜଣ ମୁଖ୍ୟ ପ୍ରଶାସନିକ ଅଧିକାରୀ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ମୁଖ୍ୟ ଶାସନ ସଚିବ ଭାବେ ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅସିତ କୁମାର ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଉନ୍ନୟନ କମିଶନର ଭାବେ ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ମହାପାତ୍ର ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ୧୯୮୩ ମସିହା ବ୍ୟାଚର ଆଇଏଏସ ଅଫିସର ଆଦିତ୍ୟ ପାଢ଼ୀ ଦାୟିତ୍ୱ ନେଇଛନ୍ତି ।

publive-image

ଆଜି ବିଧିବଧ ଭାବେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅସିତ୍ ତ୍ରିପାଠୀ । ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୬ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ଅସିତ୍ ତ୍ରିପାଠୀ । ସେ ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ନେବା ପରେ ଅସିତ୍ ତ୍ରିପାଠୀ କହିଛନ୍ତି, ୫ଟି ଢ଼ାଂଚାରେ ସରକାର ଚାଲିବ । ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟ କାର୍ଯ୍ୟ ଶେଷ କରାଯିବ । ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭବେ ନିଯୁକ୍ତି ଦିଆଯିବା ପରେ ଅସିତ୍ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

publive-image

ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଭାବେ ଦାୟିତ୍ୱ ନେଇଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ । ନିଯୁକ୍ତି ପାଇବା ପରେ ଆଜି ଏହି ନୂଆ ଦାୟିତ୍ୱ ନେଇଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ । ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଅସିତ୍ ତ୍ରିପାଠୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ନୂଆ ଦାୟିତ୍ୱ ନେଇଛନ୍ତି ଆଦିତ୍ୟ ପାଢ଼ୀ । ରାଜ୍ୟର ସପ୍ତମ ନିର୍ବାଚନ କମିଶନ ଭାବେ ଦାୟିତ୍ୱ ନେଇଛନ୍ତି ଆଦିତ୍ୟ ପାଢ଼ୀ । ୧୯୮୩ ମସିହା ବ୍ୟାଚର ଆଇଏଏସ ଅଫିସର ଆଦିତ୍ୟ ପାଢ଼ୀ । ସେ ନଭେମ୍ବର ୨୦୧୫ରୁ ଗୋକୁଲ ପତିଙ୍କ ପରେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେଇଥିଲେ ।

publive-image

ସେହିଭଳି ଉନ୍ନୟନ କମିଶନର ଭାବେ ବି ଆଜି ଦାୟିତ୍ୱ ନେଇଛନ୍ତି ସୁରେଶ ମହାପାତ୍ର । ସେ କହିଛନ୍ତି, ଭିତିଭୂମି ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଲାଗୁ ହୋଇଥିବା ଯୋଜନାକୁ ଗୁରୁତ୍ୱ ଦିଆଯିବ । ସବୁ ଅଂଚଳର ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ସେହିଭଳି ଶ୍ରୀମନ୍ଦିର ବିକାଶ ନେଇ ଆସୁଥିବା ପ୍ରସ୍ତାବ ଗୁଡିକ ଠିକ ଭାବେ କାର୍ଯ୍ୟକାରୀ କରାଯିବ । ମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଜଷ୍ଟିସ ବି.ପି ଦାସ କମିଶନ ଦେଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେବ । ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ସୁରେଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe