ବନ୍ଦ ହେବାକୁ ବସିଛି ଆସିକାର ଉତ୍କଳ ଆୟୂର୍ବେଦିକ ଫାର୍ମାସି । ୯ ମାସ ହେଲା ରାଜନୈତିକ କନ୍ଦଳ ଯୋଗୁ ଝୁଲୁଛି ତାଲା

58

ବନ୍ଦ ହେବାକୁ ବସିଛି ଆସିକାର ଉତ୍କଳ ଆୟୂର୍ବେଦିକ ଫାର୍ମାସି । ୯ ମାସ ହେଲା ରାଜନୈତିକ କନ୍ଦଳ ଯୋଗୁ ଝୁଲୁଛି ତାଲା ରାଜନୈତିକ ଚକ୍ରବ୍ୟୁହ ଭିତରେ ଛନ୍ଦି ହେଇପଡିଛି ଆସିକାର ଉକ୍ରଳ ଆୟୂର୍ବେଦିକ ଫାର୍ମାସି । ସାରା ଓଡିଶାକୁ ଅୟୁବେଦିକ୍ ଔଷଧ ଯୋଗାଇ ସୁନାମ ଅର୍ଜନ କରିଥିବା ବେଳେ ଏବେ ସେଠାରେ ଝୁଲୁଛି ତାଲା । ଦିର୍ଘ ୯ ମାସ ହେଲେ ରାଜନୈତିକ କନ୍ଦଳ ଯୋଗୁ କଂଚାମାଲ୍ ଆସୁନି କି ଔଷଧ ତିଆରି ହୋଇ ପାରୁ ନାହିଁ । ଫଳରେ ୫ ମାସ ହେବ ଏଠାରେ କାମ କରୁଥିବା କର୍ମଚାରୀ ଦରମା ନପାଇ ଧାରଣାରେ ବସିଛନ୍ତି ।

ଆସିକା ସହରର ଉକ୍ରଳ ଆୟୂର୍ବେଦ ଫାର୍ମାସୀ । ଏଠାରେ ପ୍ରସ୍ତୁତ ଔଷଧ ଓଡିଶାର ଭୁବନେଶ୍ୱର ସମେତ ୯ ଟି ସ୍ଥାନକୁ ଯାଇଥାଏ । ସୁନାମ ଅର୍ଜନ କରିଥିବା ସଂସ୍ଥା ଏବେ ବନ୍ଦ ହେବାକୁ ବସିଛି  । ଦିର୍ଘ ୯ ମାସ ହେଲା କଂଚାମାଲ୍ ନ ଆସିବାରୁ ଆଉ ଔଷଧ ତିଆରି ହୋଇପାରୁନି । ପରିଚାଳନା କମିଟିର ଦୁଇ ଦଳ ମଧ୍ୟରେ ବିବାଦ ଫଳରେ କଂଚାମାଲ୍ କିଣା ଯାଉନି । ସଂସ୍ଥା ନିଜର ସତା ହରାଇବା ସ୍ଥିତିରେ ଗତି କରୁଥିବା ବେଳେ ରାଜନୈତିକ ଗୋଷ୍ଠି କନ୍ଦଳ ଯୋଗୁ କର୍ମଚାରୀ ମାନେ ମଧ୍ୟ ବହୁ ଅସୁବିଧା ଭୋଗୁଛନ୍ତି । ମୋଟ ୪୦ ରୁ ୫୦ ଟି ଏଜେନ୍ସି ଏହାର ଔଷଧ କ୍ରୟ କରୁଛନ୍ତି । ଔଷଧର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବାରୁ ଏହାର ଚାହିଦା ବି ବେଶ ଅଧିକ ରହିଛି । ସେପଟେ କନ୍ଦଳ ଯୋଗୁ କର୍ମଚାରୀ ମାନେ ୫ ମାସର ଦରମା ପାଇ ପାରିନାହାନ୍ତି । ଉଚ୍ଚ ଅଧିକାରିଙ୍କୁ ଲିଖିତ ଆଭିଯୋଗ କରିବା ପରେ ବି କୌଣସି ସୁଫଳ ମିଳିନି । ଫଳରେ ଦରମା ନ ପାଇ ହନ୍ତସନ୍ତ ହେଉଥିବା କର୍ମଚାରୀ ଧାରଣାରେ ବସିଛନ୍ତି ।

ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିବା ଆସିକା ଉକ୍ରଳ ଆୟୂର୍ବେଦିକ ଫାର୍ମାସି କନ୍ଦଳ ମଧ୍ୟରେ ଛନ୍ଦି ହୋଇ ଯାଇଛି । ଅନୁଷ୍ଠାନ ପରିଚାଳନା କ୍ଷେତ୍ରରେ ବିବାଦ ଲାଗି ରହୁଛି । ଏହାର ସମାଧାନ ପାଇଁ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି ତଥାପି କୌଣସି ସମାଧାନ ହେଇ ପାରି ନଥିବା ବେଳେ ଏବେ ଏହି ବିବାଦ ଫଳରେ ଏତେ ପୁରାତନ ସଂସ୍ଥାଟି ବନ୍ଦ ହେବାକୁ ଯାଉଛି    ।

ପରିଚାଳନା କମିଟି ମଧ୍ୟରେ ଥିବା ବିବାଦ ସମାଧାନ କରି କଂଚାମାଲ୍ ଯୋଗାଇଲେ ଏହି ପୁରାତନ ସଂସ୍ଥା ପୁଣି ତାର ପୁର୍ବ ଗୌରବ ଫେରି ପାଇବ ।