କନକ ବ୍ୟୁରୋ: ଭୂତକୋଠି ପାଲଟିଛି ଆସିକା ସୂତାକଳ । ଦିନରାତି ଯେଉଁ ସ୍ଥାନରେ ଗହଳ ଚହଳ ଳାଗିରହୁଥିଲା ସେହି ସ୍ଥାନକୁ ଏବେ ଲୋକେ ଯିବାକୁ ଭୟ କରୁଛନ୍ତି । ଆଉ ଏହି ସୁତାକଳରେ କାମ କରି ଛଟେଇ ହୋଇଥିବା କର୍ମଚାରୀଙ୍କ ଦୁଃଖ କହିଲେ ନସରେ । କିଏ ମୂଲ ଲାଗି ପରିବାର ପୋଷୁଛି ତ ଆଉ କି ଏଠି ସେଠି କାମ ଧନ୍ଦା କରି ପରିବାର ପୋଷୁଛି । ହେଲେ ଏବେ ବି ସେମାନଙ୍କ ମନରେ ଆଶା ସୂତାକଳ ପୁଣି ଚାଲିବ । ଏହି ସୂତା କଳ ପାଇଁ ସ୍ଥାନୀୟ ଅଂଚଳର ଲୋକଙ୍କ ୬୬ଏକର ଜମି ଅଧିଗ୍ରହଣ କରି ନିର୍ମାଣ ହୋଇଥିଲା ସୂତାକଳ । ଜମି ହରାଇଥିବା ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଭଲରେ ସବୁ କିଛି ଚାଲିଥିଲା ହେଲେ ବାରମ୍ବାର ମାଲିକାନା ପରିବର୍ତନ ଯୋଗୁ କର୍ମଚାରୀଙ୍କ ଦୁର୍ଦ୍ଦଶା ଆରମ୍ଭ ହୋଇଥିିଲା । ଶ୍ରମିକ ଅଶାନ୍ତି ବଢିଚାଲିଥିବା ବେଳେ ୨୦୦୨ ରୁ ୫ ବର୍ଷ ଏହାକୁ ବନ୍ଦ କରଦିଆଯାଇଥିଲା । ପରେ ପୁଣି ୨୦୦୭ରୁ ଏହା ବାଲାଜୀ ସୁତାକଳ ନାମରେ ଏକ ଘରୋଇ କମ୍ପାନୀକୁ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା । ହେଲେ ଶେଷରେ ଫାଇଲିନ୍ ପରେ କ୍ଷୟକ୍ଷତି ଦର୍ଶାଇ ୨୦୧୩ରୁ ବନ୍ଦ କରିଦିଆଗଲା । କର୍ମଚାରୀ ଆଶା ବାନ୍ଧି ବସିଛନ୍ତି ହେଲେ ଧୀରେ ଧୀରେ କାରଖାନାର ଥିବା ସମସ୍ତ ଯନ୍ତ୍ରପାତି ନଷ୍ଟ ହେବାକୁ ବସିଛି ଆଉ କିଛି ଲୋକ ମଧ୍ୟ ଜାଗା ଜବରଦଖଲ କରିବାରେ ଲାଗିଲେଣି । ଏବେ ସମସ୍ତ କର୍ମଚାରୀଙ୍କ ଗୋଟିଏ ମାତ୍ର କଥା ଖୁବଶୀଘ୍ର କାରଖାନା ଚାଲିଲେ ବହୁ ପରିବାରରେ ପୁଣି ଚୁଲି ଜଳିବ ।
ଭୂତକୋଠି ପାଲଟିଛି ଆସିକା ସୂତାକଳ। ନଷ୍ଟ ହେଲାଣି କାରଖାନାର ମୂଲ୍ୟବାନ ଯନ୍ତ୍ରପାତି।
/kanak/media/post_attachments/wp-content/uploads/2023/02/vlcsnap-2023-02-26-18h45m06s505.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)