କିଏ ହେବ ଆଗାମୀ ଅମ୍ବାନୀ? ସମ୍ପତ୍ତି ବାଣ୍ଟିବାକୁ ଫର୍ମୁଲା ଖୋଜୁଛନ୍ତି ମୁକେଶ ।

346

କନକ ବ୍ୟୁରୋ: ଏସିଆର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ କରୁଛନ୍ତି ମାନସ ମନ୍ଥନ । କିଏ ହେବ ପରବର୍ତ୍ତୀ ମାଲିକ? ନିଜ ସମ୍ପତ୍ତି ଭାଗବଣ୍ଟା ନେଇ ଫର୍ମୁଲା ଖୋଜୁଛନ୍ତି ମୁକେଶ ଅମ୍ବାନୀ । ଏନେଇ ନିଜ ଅଭିଜ୍ଞ ଅଧିକାରୀଙ୍କ ସହ ବିଚାର ବିମର୍ଶ କରିବା ବିଭିନ୍ନ ମଡେଲ ଉପରେ ଅନୁଧ୍ୟାନ କରୁଛନ୍ତିି ମୁକେଶ ।

ମୁକେଶ ନିଜ ସମ୍ପତ୍ତିକୁ ବାଣ୍ଟିବାକୁ ନେଇ ଏପରି ଯୋଜନା କରୁଛନ୍ତି ଯାହା ଫଳରେ ଭବିଷ୍ୟତରେ ତାଙ୍କ ପୁଅ ଝିଅଙ୍କ ମଧ୍ୟରେ କୌଣସି ବିବାଦ ଦେଖାଦେବ ନାହିଁ । ଏହାର କାରଣ ହେଉଛି ସେ ନିଜେ ଏପରି ସମସ୍ୟା ଦେଇ ଗତି କରିସାରିଛନ୍ତି । ଏଥିପାଇଁ ସେ ଅତି ସତର୍କତାର ସହ ଅନ୍ୟ ବ୍ୟବସାୟିକ ପରିବାର ଗୁଡିକର ଉତ୍ତରାଧିକାରୀ ମଡେଲ ଉପରେ ଅନୁଧ୍ୟାନ କରୁଛନ୍ତି । ତେବେ ଏହା ମଧ୍ୟରେ ଏବେ ସମସ୍ତଙ୍କ ନଜର ଆଗାମୀ ଅମ୍ବାନୀଙ୍କ ଉପରେ ।

୬୪ ବର୍ଷିୟ ମୁକେଶଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ମୁକେଶ ଏହି ୩ ସନ୍ତାନଙ୍କ ମଧ୍ୟରେ ନିଜର ୨୦୮ ବିଲିଅନ୍ ଡଲାର (୧୫,୪୭୫ ଲକ୍ଷ କୋଟିରୁ ଉଦ୍ଧ୍ୱର୍)ର ବ୍ୟବସାୟକୁ୩ ପୁଅ,ଝିଅଙ୍କ ମଧ୍ୟରେ ଭାଗ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଦୀର୍ଘଦିନ ଧରି ମାନସମନ୍ଥନ କରୁଛନ୍ତି । ଏଥପାଇଁ ସେ ବିଶ୍ୱର ବଛାବଛା ବିଜନେସମ୍ୟାନଙ୍କ ସମ୍ପତ୍ତି ଭାଗବଣ୍ଟାକୁ ଅଧ୍ୟୟନ କରୁଛନ୍ତି । ଏଥିରେ ୱାଲଟନଙ୍କ ଠାରୁ ଆରମ୍ଭ କରି କୋଚ୍ ପରିବାର ସମ୍ପତ୍ତି ମଡେଲ ସାମିଲ ଅଛନ୍ତି ।

ତେବେ ବର୍ତ୍ତମାନ ଯାଏଁ କର୍ପୋରେଟ କ୍ଷେତ୍ରର ସବୁଠୁ ବଡ ପାରିବାରିକ ବିବାଦ ମୁକେଶ ଓ ତାଙ୍କ ସାନ ଭାଇ ଅନିଲ ଅମ୍ବାନୀଙ୍କ ମଧ୍ୟରେ ଘଟିଥିଲା । ଏହାର ମୁଖ୍ୟ କାରଣ ହେଲା ରିଲାଏନ୍ସ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟିଜର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀ ତାଙ୍କ ପରର ଉତ୍ତରାଧିକାରୀ ଯୋଜନା କରିନଥିଲେ । ୨୦୦୨ ପରେ ଧୀରୁଭାଇଙ୍କ ଦେହାନ୍ତ ପରେ ବିବାଦ ଯୋଗୁଁ ମୁକେଶ ଓ ଅନିଲଙ୍କ ମଧ୍ୟରେ ବିବାଦ ହୋଇ କମ୍ପାନି ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା ।