କନକ ବ୍ୟୁରୋ: ଓଡ଼ିଆ ପୁଅ କିଶୋର ଜେନାଙ୍କ ସଫଳତା । ଏସିଆନ ଗେମ୍ସରେ ରୌପ୍ୟ ପଦକ ଜିତିଛନ୍ତି କିଶୋର । ଜାଭଲିନ ଥ୍ରୋରେ ଏହି ସଫଳତା ପାଇଛନ୍ତି କିଶୋର ଜେନା । ୮୭.୫୪ ମିଟର ଜାଭଲିନ ଫୋପାଡି ପ୍ରଥମ ଓଡ଼ିଆ ଭାବେ ଜ୍ୟାଭଲିନରେ ଏହି ସଫଳତା ପାଇଛନ୍ତି । ଏସୀୟ କ୍ରୀଡାରେ ସଫଳତା ପରେ ୨୦୨୪ରେ ପ୍ୟାରିସରେ ହେବାକୁ ଥିବା ଅଲମ୍ପିକ୍ସ ପାଇଁ ଯୋଜନା ଅର୍ଜନ କରିଛନ୍ତି କିଶୋର ।

Advertisment

କିଶୋର ଚଳିତବର୍ଷ ପ୍ରଥମାର୍ଦ୍ଧରେ ବିଶ୍ୱ ଚାମ୍ପୟନସିପରେ ଭଲ ପଦର୍ଶନ କରି ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ  ସ୍ଥାନ ପାଇଥିଲେ । ଆଜିର ଗେମ୍ସରେ କିଶୋର ପ୍ରଥମ ଥର ୮୧.୨୬ ମିଟର, ଦ୍ୱିତୀୟରେ ୭୯.୭୬ ମିଟର, ତୃତୀୟରେ ୮୬.୭୭ ମିଟର ଏବଂ ଚତୁର୍ଥ ଥର ୮୭.୫୪ ମିଟର ଜାଭଲିନ ଫୋପାଡି ଥିଲେ ।

ସୂଚନାଯୋଗ୍ୟ ଯେ, ୨୮ ବର୍ଷିୟ କିଶୋର ୧୯୯୫ ମସିହା ସେପ୍ଟେମ୍ବର ୬ ତାରିଖରେ ପୁରୀ ଜିଲ୍ଲା କୋଥସାହିରେ ଜନ୍ମଗ୍ରହଣ କରିଥିଲେ । ଚୀନର ହଙ୍ଗଜୁ ଆର୍ନ୍ତଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଇଭେଣ୍ଟରେ କିଶୋର ରୋପ୍ୟ ପାଇଥିବା ବେଳେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀରଜ ୮୮.୮୮ ମିଟର ଫୋପାଡି ଏହି ସଫଳତା ପାଇଛନ୍ତି ।