କନକ ବ୍ୟୁରୋ : ଏସିଆନ ଗେମ୍ସରେ ଭାରତକୁ ଅଷ୍ଟମ ସ୍ୱର୍ଣ୍ଣ । ସୁଟିଂରେ ଆଉ ଏକ ସ୍ୱର୍ଣ୍ଣ ଆଣିଲା ଭାରତ । ବ୍ୟକ୍ତିଗତ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ମିଳିଛି । ସେହିପରି ସମାନ ବର୍ଗରେ ଇଶା ରୌପ୍ୟ ପଦକ ଜିତିଛନ୍ତି । ପୁରୁଷ ଟେନିସ୍ ଡବଲ୍ସରେ ଭାରତକୁ ରୌପ୍ୟ ମିଳିଛି । ଏପର୍ଯ୍ୟନ୍ତ ଭାରତକୁ ୮ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ପଦକ ମିଳିଛି । ୩୦ ଟି ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି ।
ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ୱର୍ଣ୍ଣ : ବ୍ୟକ୍ତିଗତ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପଲକ ଆଣିଲେ ସୁନା
/kanak/media/post_attachments/wp-content/uploads/2023/09/12-27.jpg)