ସୁପର ସଣ୍ଡେରେ ସୁପର୍ ଶୋ । ଏସୀୟ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

121

କନକ ବ୍ୟୁରୋ : ସୁପର ସଣ୍ଡେରେ ସୁପର୍ ଶୋ’ । ରବିବାର ଏସୀୟ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ୩ହଜାର ମିଟର୍ ଷ୍ଟିପଲଚେଜରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ଅବିନାଶ ସାବଲେ । ଅବିନାଶ ପ୍ରଥମ ଭାରତୀୟ ଭାବେ ଏସୀୟ କ୍ରୀଡ଼ାର ୩ହଜାର ମିଟର ଷ୍ଟିପଲଚେଜ୍ରେ ଏହି ସଫଳତା ଆଣିଛନ୍ତି । ସେ ନିର୍ଦ୍ଧାରିତ ଦୂରତାକୁ ୮ ମିନିଟ୍ ୧୯ ଦଶମିକ ୫୦ ସେକେଣ୍ଡରେ ଅତିକ୍ରମ କରିଛନ୍ତି । ସେହିପରି ତେଜିନ୍ଦର ପାଲ୍ ସିଂହ ତୁର ସଟ୍ପୁଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ବର୍ଗରେ ୨୦ ଦଶମିକ ୩୬ ମିଟର ଥ୍ରୋ’ କରି ପ୍ରଥମ ସ୍ଥାନ ଅଧିକାର ସହ ଏହି ସଫଳତା ହାତେଇଛନ୍ତି ତେଜିନ୍ଦର । ସେପଟେ ସୁଟିଂରେ ଆଉ ଏକ ସ୍ୱର୍ଣ୍ଣ ଜିତିଛି ଭାରତ । ପୁରୁଷ ଟ୍ରାପ ଟିମ୍ ଇଭେଂଟରେ ଭାରତକୁ ମିଳିଛି ସ୍ୱର୍ଣ୍ଣ । ଅନ୍ୟପକ୍ଷରେ ମହିଳା ଗଲ୍ଫରେ ରୌପ୍ୟ ଜିତି ଇତିହାସ ରଚିଛନ୍ତି ଅଦିତି ଅଶୋକ ।