ଏସିଆନ ଗେମ୍ସରେ ପଦକ ଜିତିଲେ , ଘରକୁ ଫେରି ଚା’ ବିକିଲେ ।

Advertisment
ଏସିଆନ ଗେମ୍ସରେ ପଦକ ଜିତିଲେ , ଘରକୁ ଫେରି ଚା’ ବିକିଲେ ।

courtesy: Sentinel Assam

କନକ ବ୍ୟୁରୋ: ଜାକର୍ତ୍ତାରେ ହୋଇଥିବା ୧୮ତମ ଏସିଆନ ଗେମ୍ସ ପ୍ରତିଯୋଗିତାରେ ଭାରତୀୟ ଆଥଲେଟ୍ସମାନେ ନିଜର ଶ୍ରେଷ୍ଟ ପ୍ରଦର୍ଶନ କରିଛନ୍ତି । ଯହାକି ବିଗତ ଇତିହାସରେ ହୋଇଥିବା ଅନେକ ଏସୀୟ କ୍ରୀଡ଼ା ସଂସ୍କରଣ ଠାରୁ ଉନ୍ନତ ପ୍ରଦର୍ଶନ ବୋଲି ବିବେଚନା କରାଯାଉଛି । ଚଳିତ ଏସୀୟ କ୍ରୀଡାରେ ଭାରତୀୟ ଦଳ ମୋଟ୍ ୬୯ ଟି ପଦକ ହାସଲ କରି ସୁନାମ ଅର୍ଜନ କରିଛି । ଏହି ସୁନାମଧନ୍ୟ ଖେଳାଳୀଙ୍କ ମଧ୍ୟରେ ‘ସେପକ୍ ଟାକରୱ’ କ୍ରୀଡାରେ ବ୍ରୋଞ୍ଜ୍ ପଦକ ହାତେଇଥିବା ହରିଶ କୁମାର ବି ଥିଲେ। ଏବେ ହରିଶ ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । କାରଣ ହରିଶ ଜଣେ ଉତ୍ତମ ଖେଳାଳୀ ହୋଇ ମଧ୍ୟ ନିଜ ବାପାଙ୍କୁ ସାହାଯ୍ୟ କରିବାକୁ ଯାଇ ଦିଲ୍ଲୀରେ ଥିବା ତାଙ୍କର ଚା’ ଦୋକାନରେ ଏବେ ଚା’ ବିକି ଗୁଜୁରାଣ ମେଣ୍ଟାଉଥିବା ବିଷୟ ଜାଣିଲେ ଆପଣ ମଧ୍ୟ ହରିଶଙ୍କ ଲଗନକୁ ସଲାମ କରିବାକୁ ପଛାଇବେ ନାହିଁ ।

publive-imageହରିଶ ପିଲାଦିନରୁ ଘର ଚଳାଇବା ପାଇଁ ତାଙ୍କ ବାପାଙ୍କ ସହି ମିଶିକରି ଚା’ବିକ୍ରୀ କରୁଛନ୍ତି । କାରଣ ତାଙ୍କ ଆର୍ଥିକ ସ୍ଥିତି ଏତେ ଭଲ ନାହିଁ । ତା ଉପରେ ହରିଶଙ୍କ ଦୁଇ ଭଉଣୀ ଦୃଷ୍ଟିହୀନ । ତେଣୁ ଘର ଚଳାଇବା ପାଇଁ ତାଙ୍କୁ ବାପାଙ୍କ ସହିତ ସାହାଯ୍ୟ କରିବାକୁ ପଡୁଛି । ଏହାକୁ ନେଇ ହରିଶ କୁହନ୍ତି, ରୋଜଗାରର ସେପରି କୌଣସି ବିଶେଷ ଉତ୍ସ ନାହିଁ। ମୋ ପରିବାରକୁ ସମର୍ଥନ କରିବା ପାଇଁ ମୁଁ ମୋ ବାପାଙ୍କ ଚା’ ଦୋକାନରେ ତାଙ୍କୁ ସାହାଯ୍ୟ କରେ। ଅପରାହ୍ନ ୨ଟାରୁ ୬ଟା ମଧ୍ୟରେ ମୁଁ ମୋ ବାପାଙ୍କୁ ଦୋକାନରେ ସାହାଯ୍ୟ କରେ। ମୋ ଭବିଷ୍ୟତ ପାଇଁ ଓ ମୋ ପରିବାରର ପେଟ ପୋଷିବା ପାଇଁ ମୁଁ ଏକ ଭଲ ଚାକିରିର ସନ୍ଧାନରେ ଅଛି।

publive-imageଜୀବନରେ ଏତେ ସଂଘର୍ଷ ଥିଲେ ମଧ୍ୟ ହରିଶ ୨୦୧୧ ମସିହାରେ ଭାରତୀୟ ଟିମ୍ ପାଇଁ ଖେଳିବା ଆରମ୍ଭ କରିଥିଲେ। ହରିଶଙ୍କ କୋଚ୍ ହେମରାଜ ତାଙ୍କୁ ‘ସେପକ୍ ଟାକରୱ’ ଖେଳ ଖେଳିବା ପାଇଁ ପ୍ରଥମେ ସୁଯୋଗ ଦେଇଥିଲେ। ଆରମ୍ଭରୁ ହିଁ ତାଙ୍କ କୋଚ ହରିଶଙ୍କୁ ନେଇ ସ୍ପୋର୍ସ ଅଥରିଟି ଅଫ୍ ଇଣ୍ଡିଆ(ଏସ୍ଏଆଇ)ରେ ତାଙ୍କର ପରିଚୟ କରାଇଥିଲେ। ଯାହାଫଳରେ ହରିଶ ମାସିକ କିଟ୍ ପାଇବାରେ ସମର୍ଥ ହେଉଥିଲେ। ଦୈନିକ ଖେଳ ଜାରି ରଖି ଶେଷରେ ସେ ନିଜ ଦେଶ ପାଇଁ ପଦକ ଆଣିବାରେ ସମର୍ଥ ହେଲେ। କିନ୍ତୁ ଯିଏ ଦେଶ ପାଇଁ ପଦକ ଆଣିଛନ୍ତି ସିଏ ଚା’ ବିକିବାରେ ତିଳେ ମାତ୍ର କୁଣ୍ଠାବୋଧ କରୁ ନାହାନ୍ତି । ୧୨୦ କୋଟି ଦେଶବାସୀଙ୍କ ଆଶା ଭରସାରେ ବିଜୟର ସ୍ୱାଦ ଚଖେଇବାଥିବା ହରିଶ ଏବେ ଖୋଜୁଛନ୍ତି ନିଜ ପରିବାରକୁ ପୋଷିବାର ବାଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe