ଏଭଳି ସମୟରେ ଯେତେବେଳେ ସମ୍ପୁର୍ଣ୍ଣ ଦେଶ ନିଜର ସାହସୀ ପାଇଲେଟ୍ ଙ୍କୁ ପାକିସ୍ତାନ କବଳରୁ ମୁକୁଳାଇବା ପାଇଁ ସରକାରଙ୍କୁ ଚାପ ପକାଉଛନ୍ତି । ଅନ୍ୟପଟେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ୍ ମହମ୍ମୁଦ୍ କ୍ୟୁରେସୀ ଭାରତୀୟ ପାଇଲେଟଙ୍କୁ ଛାଡିବା ଉପରେ ଏକ ବଡ ବୟାନ ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ ଭାରତୀୟ ପାଇଲେଟଙ୍କୁ ଛାଡିବା ଉପରେ ଏକ ସର୍ତ୍ତ ରଖିଛନ୍ତି । କ୍ୟୁରେସୀଙ୍କ କହିବାନୁସାରେ ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ସାମାନ୍ୟ ହେବା ପରେ ମୁକୁଳାଇବା ଉପରେ ଅଧିକ ବିଚାର କରାଯିବ । କ୍ୟୁରେସୀ କହିଛନ୍ତି ଯେ ଭାରତୀୟ ପାଇଲେଟ ସମ୍ପୁର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କର ସମ୍ପୁର୍ଣ୍ଣ ଧ୍ୟାନ ରଖାଯାଉଛି ।
ଶାହ୍ ମହମ୍ମୁଦ୍ କ୍ୟୁରେସୀଙ୍କ କହିବାନୁସାର , “ମୁଁ ଭାରତ ଏବଂ ଭାରତର ଜନତାଙ୍କୁ ଏହା କହିବାକୁ ଚାହେଁ ପାକିସ୍ତାନ ଏକ ଦାୟିତ୍ୱବାନ ଦେଶ ଏବଂ ଏଠାକାର ବାୟୁସେନା ମଧ୍ୟ ନିଜ ଦାୟିତ୍ୱ ଜାଣିଛି । ଆମେ ଜେନେଭା କନବେନସନ୍ ସହ ପରିଚିତ ଅଛୁ । ଆପଣଙ୍କୁ ଆମେ କହିରଖୁଛୁ କି ଆପଣଙ୍କ ପାଇଲେଟ୍ ସମ୍ପୁର୍ଣ୍ଣ ସୁରକ୍ଷିତ ଅଛନ୍ତି । ତାଙ୍କର ଯତ୍ନ ନିଆଯାଉଛି । ତାଙ୍କୁ ଯାହା ବି ଆବଶ୍ୟକ ତାଙ୍କୁ ସୁଚାରୁରୂପେ ଯୋଗାଇ ଦିଆଯାଉଛି । ତାଙ୍କ ସହ ଆମର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ଯଦି ପରିସ୍ଥିତିକୁ ଦେଖି ପାକିସ୍ତାନ ସରକାର କୌଣସି ଜରୁରୀ ପଦକ୍ଷେପ ନେଉଛନ୍ତି ତେବେ କିଛି କରାଯାଇପାରିବ ।”
ଅନ୍ୟପକ୍ଷରେ ଭାରତ ପାକିସ୍ତାନର ଡେପୁଟି ହାଇ କମିଶନରଙ୍କୁ କହିଛନ୍ତି ଯେ ପାକିସ୍ତାନ ଯେଭଳି ଭାବରେ ଆଘାତ ପାଇଲେଟଙ୍କ ଭିଡିଓକୁ ପ୍ରଚାରିତ କରୁଛି ତାହା ଜେନେଭା କନବେନସନ୍ ଏବଂInternational Humanitarian Law ର ବିପକ୍ଷରେ ରହିଛି । ଭାରତ ପାକିସ୍ତାନକୁ ନିଜ ପାଇଲେଟକୁ ତୁରନ୍ତ ଛାଡିବା ଏବଂ କୌଣସି ଆଘାତ ନ କରିବା ପାଇଁ ମଧ୍ୟ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/Shah-Mehmood-Qureshi_7.jpg)
/kanak/media/post_attachments/wp-content/uploads/2019/02/480125_90247199-300x200.jpg)