ପାକିସ୍ତାନରେ ସାଧାରଣ ଖାଦ୍ୟ ପଦାର୍ଥର ଆକାଶଛୁଆଁ ଦରକୁ କମ୍ କରିବା ପାଇଁ ପାକିସ୍ତାନ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ସାରା ଦେଶରେ ରୁଟି ଏବଂ ନାନ୍ ର ଦାମ୍ କମ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ , ସୂଚନା ମାମଲାରେ ପ୍ରଧାନମନ୍ତ୍ରୀଙ୍କ ବିଶେଷ ସହାୟକ ଡା. ଫିରଦୋସ୍ ଆଶିକ୍ ଅବାନ୍ କହିଛନ୍ତି , ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ କଡା ପଦକ୍ଷେପ ଆପଣାଇ ନାନ୍ ଏବଂ ରୁଟିର ବର୍ଦ୍ଧିତ ଦରକୁ କମ୍ କରିବା ପାଇଁ ତତ୍କାଳ ପଦକ୍ଷେପ ଉଠାଇବା ପାଇଁ ଆଦେଶ ଦେଇଛନ୍ତି । ରିପୋର୍ଟ ଅନୁସାରେ ମଙ୍ଗଳବାର ସଂଘୀୟ ମନ୍ତ୍ରମଣ୍ଡଳର ଏକ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ହସ୍ତକ୍ଷେପ ପରେ ସମ୍ପୁର୍ଣ୍ଣ ଦେଶରେ ନାନ୍ ଏବଂ ରୁଟିର ବର୍ଦ୍ଧିତ ଦରକୁ ପୂର୍ବରୁ ପ୍ରଚଳିତ ହେଉଥିବା ଦାମ୍ କରିବା ପାଇଁ ନିର୍ଣ୍ଣୟ ନିଆଗଲା ।

Advertisment

publive-image

କ୍ୟାବିନେଟ୍ ବୈଠକର ଏକ ପ୍ରେସ୍ କନଫ୍ରେନ୍ସରେ ଅବାନ୍ କହିଥିଲେ , କ୍ୟାବିନେଟ୍ ବୈଠକ ଛଡା ପ୍ରଧାନମନ୍ତ୍ରୀ ଗ୍ୟାସ୍ ଦର ସହ ନାନ୍ ଏବଂ ରୁଟି ଦରରେ ମଧ୍ୟ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ସେ କହିଥିଲେ , ପ୍ରଧାନମନ୍ତ୍ରୀ ବୁଧବାର ଇସିସିର ଏକ ବୈଠକ ଡକାଇଥିଲେ । ଯାହାର ଉଦେ୍ଧଶ୍ୟ ତନ୍ଦୁର ରୁଟି ପ୍ରସ୍ତୁତ କରୁଥିବା ଗ୍ୟାସ୍ ର ଦରକୁ କମ୍ କରିବା ସହ ଅଟା ଏବଂ ଗହମରେ ଲାଗୁଥିବା କରକୁ କମ୍ କରିବାରେ ମଧ୍ୟ ଥିଲା । ବର୍ତ୍ତମାନ ନାନ୍ ବିଭିନ୍ନ ସହରରେ ୧୨ ରୁ ୧୫ ଟଙ୍କାରେ ବିକ୍ରି ହେଉଛି ।