କନକ ବ୍ୟୁରୋ : ବୁଧବାରଠୁ ଆରମ୍ଭ ହେବ ଏସିଆ କପ ଲଢେଇ । ଅଗଷ୍ଟ ୩୦ରୁ ୬ଟି ଟିମ ମଧ୍ୟରେ ହେବ ମୁକାବିଲା । ମୋଟ ୧୩ଟି ମ୍ୟାଚ ଖେଳାଯିବ । ଗ୍ରୁପ ଏରେ ରହିଛନ୍ତି ଭାରତ, ପାକିସ୍ତାନ,ନେପାଳ ଓ ବିରେ ରହିଛନ୍ତି ଶ୍ରୀଲଙ୍କା, ଆଫଗାନିସ୍ଥାନ ଓ ବାଲାଂଦେଶ । ଚଳିତଥର ଏହି କପ ୫୦ ଓଭର ଫର୍ମାଟରେ ଖେଳାଯିବ ।  ଟୁର୍ଣ୍ଣାମେଂଟ ସମସ୍ତ ମ୍ୟାଚ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ । ଏସିଆ କପ ଲଢେଇ ପାଇଁ ମଙ୍ଗଳାବାର ଶ୍ରୀଲଙ୍କା ଗସ୍ତ କରିଛି ଟିମ ଇଣ୍ଡିଅ।। । ୨ ତାରିଖରେ ପରମ ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହ ଏସିଆ କପ ଅଭିଯାନ ଆରମ୍ଭ କରିବ ଭାରତ । ତେବେ ଦୁଇଟି ମ୍ୟାଚରୁ ବାଦ ପଡିଛନ୍ତି କେଏଲ ରାହୁଲ । ଭାରତ ଏସିଆ କପରେ ୭ଥର ଜିତିସାରିଥିବାବେଳେ ୮ମ ଥର କପ ହାତେଇବାକୁ ଚେଷ୍ଟା କରିବ । ୬ଥର ଶ୍ରୀଲଙ୍କା ଓ ୨ଥର ପାକିସ୍ତାନ ଚାମ୍ପିୟନ ହୋଇଛି । ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି

Advertisment