ଏସିଆ କପ୍ ହକି ମୁକିବାଲା ! ସୁପର ଫୋରରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ, ପାକିସ୍ତାନକୁ ୪-୦ରେ ହରାଇ ଫାଇନାଲରେ ଭାରତ

Advertisment
ଏସିଆନ ଚାମ୍ପିଅନ୍ସ  ଟ୍ରଫି ଓ ହକି ବିଶ୍ୱକପ ପାଇଁ ଘୋଷଣା ହେଲା ୨୫ ଜଣିଆ ପ୍ରଶିକ୍ଷଣ ଶିବିର । ସ୍ଥାନ ପାଇଲେ ନାହିଁ ଓଡ଼ିଆ ଖେଳାଳି ।

କନକ ବ୍ୟୁରୋ: ହକି ଏସିଆ କପର ସୁପର-୪ରେ ଭାରତ ଶନିବାର ୪-୦ରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଢାକାରେ ପ୍ରବଳ ବର୍ଷା ହେବାରୁ ଦେଢ଼ ଘଣ୍ଟା ବିଲମ୍ବରେ ମ୍ୟାଚ ଆରମ୍ଭ ହୋଇଥିଲା । ମୌଲାନା ଭସାନି ଷ୍ଟାଡିୟମରେ ୩ଥର ଚମ୍ପିୟନ ହୋଇଥିବା ପାକିସ୍ତାନ ବିପକ୍ଷରେ ଭାରତର ସତବୀର ସିଂହ ( ୩୯ମିନିଟ) ରେ ପ୍ରଥମ ଗୋଲ ଦେଇଥିଲେ ।

ସେହିଭଳି ଭାରତ ୩ୟ କ୍ୱାଟରରେ ୧-୦ରେ ଅଗ୍ରଣୀ ଥିବା ବେଳେ ହରମନପ୍ରୀତ ସିଂହ(୫୧ମିନିଟ) ଓ ଲଲିତ ଉପାଧ୍ୟାୟଙ୍କ ଗୋଲ (୫୨ମିନିଟ) ବଳରେ ୪ର୍ଥ କ୍ୱାଟରରେ ୩-୦ ଗୋଲରେ ଅଗ୍ରଣୀ ରହିଥିଲା । ସେହିଭଳି ଗୁରଜନ୍ତ ସିଂହ(୫୭ମିନିଟରେ) ଗୋଲ ଦେଇ ଭାରତର ଅଭିଯାନକୁ ୪-୦ରେ ଆଗକୁ ନେଇ ଯାଇଥିଲେ । ଆସନ୍ତାକାଲି ଫାଇନାଲ ମ୍ୟାଚ ଖେଳାଯିବ ।

ପୂର୍ବରୁ ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ, ଅନ୍ୟ ମ୍ୟାଚରେ ଡ୍ର ରହିଥିଲା । ଟୁର୍ଣ୍ଣାମେଣ୍ଟରେ ୩ ପଏଣ୍ଟ ପାଇ ମାଲେସିଆ ୨ୟ ସ୍ଥାନରେ ରହିଛି । ସେହିଭଳି ୨ ପଏଣ୍ଟ ସହିତ ଦକ୍ଷିଣ କୋରିଆ ୩ୟ ସ୍ଥାନରେ ରହିଥିବା ବେଳେ ମାତ୍ର ଗୋଟିଏ ପଏଣ୍ଟ ପାଇଁ ପାକିସ୍ତାନ ୪ର୍ଥ ସ୍ଥାନରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe