ପାକିସ୍ତାନର ଓପନର ବ୍ୟାଟସମ୍ୟାନ୍ ଫଖର ଜମାନ ଭାରତ ବିରୋଧରେ ଅଦ୍ଭୁତ ଶୈଳୀରେ ଆଉଟ୍ ହୋଇ ପାଭଲିଅନ୍ ଫେରିଛନ୍ତି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଇନିଂସର ୧୫ତମ ଓଭରରେ କୁଲଦୀପ ଯାଦବଙ୍କ ବଲ ଫଖର ଜମାନ ସ୍ୱୀପ ଖେଳିବାକୁ ଉଦ୍ୟମ କରୁଥିବା ବେଳେ କ୍ରିଜରେ ଗଳି ପଡ଼ିଲେ। ଏହା ପରେ ବଲ ଯାଇ ଜଙ୍ଘରେ ଲାଗିଥିଲା। ଅମ୍ପାୟାର ନିଷ୍ପତ୍ତି ଶୁଣାଇବାରେ ଟିକିଏ ବି ବିଳମ୍ବ କରି ନଥିବା ବେଳେ ଫଖର ୩୧ ରନ ସଂଗ୍ରହ କରି ପାଭଲିଅନ୍ ଫେରିଥିଲେ।

Advertisment

ଫଖରଙ୍କ ପରେ ଅଧିନାୟକ ସର୍ଫରାଜ ଅହମଦ ବ୍ୟାଟିଂ କରିବାକୁ ଆସିଥିଲେ। ବାବର ଆଜମଙ୍କ ସହିତ ସର୍ଫରାଜ ରନର ଗତି ବଢ଼ାଇବାକୁ ଉଦ୍ୟମ କରୁଥିବା ବେଳେ ବାବର ଆଉଟ୍ ହୋଇ ଯାଇଥିଲେ। ପଡ଼ିଆରେ ଭୁଲ ବୁଝାମଣା ଯୋଗୁଁ ବାବରଙ୍କୁ ରବୀନ୍ଦ୍ର ଜାଦେଜା ରନ ଆଉଟ କରିଥିଲେ। ଶ୍ରେଷ୍ଠ ସ୍ତରର ବ୍ୟାଟସ୍ମ୍ୟାନ ରନ୍ ସଂଗ୍ରହ କରିବାରେ ବିଫଳ ହୋଇଛନ୍ତି। ବାବର ୯ ରନ ସଂଗ୍ରହ କରି ଚହଳଙ୍କ ବଲରେ ରନ ଆଉଟ୍ ହୋଇ ଫେରିଥିଲେ।

ସୂଚନାଯୋଗ୍ୟ ଫକର ଜୁଲାଇରେ ସର୍ବାଧିକ ଦ୍ରତ ଗତିରେ ୧୦୦୦ ଦିନିକିଆ ରନ ପୂରା କରି ବିଶ୍ୱ ରେକର୍ଡ ସ୍ଥାପନା କରିଥିଲେ। ପାକିସ୍ତାନ ପାଇଁ ଦ୍ୱିତୀୟ ଶତକ ହାସଲ କରିଥିବା ଏହି ଖେଳାଳି ଏକମାତ୍ର ବ୍ୟାଟସ୍ମ୍ୟାନ ଜମାନ ଅଟନ୍ତି। ଆଜିର ମ୍ୟାଚ କେଉଁଆଡକୁ ଗତି କରିବ ସମୟ କହିବ।