କନକ ବ୍ୟୁରୋ : ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚରେ ହାଇଭୋଲଟେଜ୍ ଡ୍ରାମା । ପଡ଼ିଆରେ ମ୍ୟାଚ ଚାଲିଥିବା ବେଳେ ଷ୍ଟାଡ଼ିୟମ ଗ୍ୟାଲେରୀରେ ମୁହାଁମୁହିଁ ହେଲେ ୨ ଦେଶର ସମର୍ଥକ । ପରସ୍ପର ମଧ୍ୟରେ ମାରପିଟ୍ ଓ ଚେୟାର ଫୋପାଡ଼ୁଛନ୍ତି ଫ୍ୟାନ୍ସ । ଏଭଳି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Advertisment

ମ୍ୟାଚ ହାରିବା ପରେ ଆଫଗାନୀ ସମର୍ଥକ ଷ୍ଟାଡ଼ିୟମରେ କିଛି ପାକିସ୍ତାନୀ ସମର୍ଥକଙ୍କୁ ମାରପିଟ କରୁଥିବା ଦେଖାଯାଇଛି । ଗତକାଲିର ରୋମାଞ୍ଚକର ମ୍ୟାଚର ଶେଷ ଓଭରର ଶେଷ ୱିକଟରେ ଜିତିଥିଲା ପାକିସ୍ତାନ । ୨ଟି ବଲରେ ଲଗାତାର ୨ଟି ଛକା ମାରି ମ୍ୟାଚ ଜିତାଇଥିଲେ ପାକିସ୍ତାନ ଖେଳାଳି ନଂସିମ୍ ଶାହା । ଏହା ପରେ ପଡ଼ିଆ ଭିତରର ଉପସ୍ଥିତ ଥିବା ଆଫଗାନସ୍ତାନ ପ୍ରଶଂସକ ଉତେଜିତ ହୋଇପଡ଼ିଥିଲେ । ନିଜ ଦେଶର ପତାକା ଦେଖାଇବା ସହ ପାକିସ୍ତାନ ସମର୍ଥକଙ୍କ ଉପରକୁ ଚେୟାର ଫୋପାଡ଼ିଥିଲେ ।