କନକ ବ୍ୟୁରୋ : ଏସିଆ କପ-୨୦୨୩ ସୁପର ୪ ଷ୍ଟେଜରେ ଭାରତ ଓ ପାକିସ୍ତାନ ମଧ୍ୟରେ କଲମ୍ବୋରେ ଖେଳ ଚାଲିଛି । ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାରୁ ଭାରତ ବ୍ୟାଟିଂ କରୁଛି ।
ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୧୧୫ ରନ ସଂଗ୍ରହ କରିଛି । କ୍ୟାପଟେନ ରୋହିତ ଶର୍ମା ୪୬ ବଲରେ ୫୫ ରନ କରିଥିବା ବେଳେ ଶୁଭମନ ଗିଲ ୪୬ଟି ବଲ ଖେଳି ୫୪ ରନ କରିଛନ୍ତି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଟିମ୍ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ ଜାରି ରଖିଛି । ପ୍ରଥମ ଓଭରରେ ରୋହିତ ଶର୍ମା ଶାହିନ ଆଫ୍ରିଦଙ୍କ ବଲରେ ଛକା ମାରିବାରେ ସଫଳ ହୋଇଥିଲେ । ଭାରତୀୟ ଟିମ୍ ପ୍ରଥମ ୧୦ ଓଭରରେ ବିନା ୱିକେଟରେ ୬୧ ରନ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/Capture-16.jpg)