କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଏସିଆ କପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଭାରତର ବ୍ୟାଟ୍ସମ୍ୟାନମାନେ ପାକିସ୍ତାନ ବୋଲରଙ୍କୁ ସାମ୍ନା କରିନପାରି ସମ୍ପୂର୍ଣ୍ଣ ୫୦ ଓଭର ଖେଳିବାରେ ବିଫଳ ହୋଇଛନ୍ତି । ଭାରତ ତାର ସମସ୍ତ ୱିକେଟ ହରାଇ ୪୮.୫ ଓଭରରେ ୨୬୭ ରନ କରିବାରେ ସଫଳ ହୋଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୯୦ଟି ବଲ ଖେଳି ୮୭ ରନର ଏକ ବଡପାରି ଖେଳିଥିଲେ । ସେହିଭଳି ଇଷାନ କିଷନ ୮୧ ରନ ବଲ ଖେଳି ୮୨ ରନ କରିଛନ୍ତି ।