କନକ ବ୍ୟୁରୋ: ଏସିଆ କପ୍ ପାଇଁ ଦଳ ଘୋଷଣା କଲା ବାଂଲାଦେଶ । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଘୋଷଣା କରିଛି ବାଂଲାଦେଶ କ୍ରିକେଟ୍ ବୋର୍ଡ । ଏହି ଦଳରେ ଅଭିଜ୍ଞ ସକିବ୍ ଅଲ ହାସନଙ୍କୁ ଅଧିନାୟକ ଭାର ଦିଆଯାଇଥିବାବେଳେ, ଷ୍ଟାର ବ୍ୟାଟ୍ସମ୍ୟାନ୍ ମହମ୍ମଦୁଲ୍ଲାହଙ୍କୁ ସ୍ଥାନ ମିଳିନାହିଁ ।
୧୭ ଜଣିଆ ଏହି ଦଳରେ ଅନୁଭବୀ ବ୍ୟାଟ୍ସମ୍ୟାନ୍ ତମିମ୍ ଇକବାଲଙ୍କ ଅନୁପସ୍ଥିତିରେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ଭାବେ ଅନକ୍ୟାପ୍ ଖେଳାଳି ତନଜୀଦ୍ ହସନଙ୍କୁ ସୁଯୋଗ ମିଳିଛି । ଏହାସହ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବାରୁ ନଇମ୍ ଏବଂ ଶମୀମଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି । ଅନ୍ୟପଟେ ମୁସ୍ତାଫିଜୁର ରେହମାନ୍, ଶୋରଫୁଲ ଇସଲମା, ଏବାଦୋତ୍ ହୁସେନ ବୋଲିଂ ବିଭାଗ ସମ୍ଭାଳିବେ । ମୁସ୍ତାଫିକୁର ରେହମାନ୍ ଏବଂ ଲିଟନ ଦାସଙ୍କ ଉପସ୍ଥିତି ବାଂଲାଦେଶ ବ୍ୟାଟିଂ କ୍ରମକୁ ବଳ ଦେଇପାରେ ।
ଅନ୍ୟପଟେ ବାଲାଂଦେଶ କ୍ରିକେଟ ବୋର୍ଡର କହିବା କଥା, ଏସିଆ କପ୍ ଟିମ୍ ଏବଂ ବିଶ୍ୱକପ୍ ଟିମ୍ ଭିତରେ ଅତି ବେଶୀରେ ୨ରୁ ୩ଟି ପରିବର୍ତ୍ତନ ହେବ । ତେଣୁ ଏହି ଟିମ୍ ଭିତରୁ ଅଧିକାଂଶ ଖେଳାଳି ଭାରତରେ ବିଶ୍ୱକପ୍ ଖେଳିବେ । ଏହାକୁ ଆଖି ଆଗରେ ରଖି ବାଲାଂଦେଶ କ୍ରିକେଟ୍ ବୋର୍ଡ ଏହି ଦଳ ଘୋଷଣା କରିଛି ବୋଲି ସୂଚନା ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/08/Shakib-Al-Hasan.webp)