କନକ ବ୍ୟୁରୋ : ଆସନ୍ତାକାଲି ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଓ ପାକିସତାନ ମଧ୍ୟରେ ଖେଳାଯିବାକୁ ଯାଉଛି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ଏସିଆ କପ୍ ର ଏହି ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚକୁ ନେଇ କ୍ରିକେଟ ପ୍ରଶଂସକମାନେ ବେଶ୍ ଉତ୍ସାହିତ ରହିଛନ୍ତି । ସୂଚନା ଥାଉକି ଏହି ଦୁଇ ଟିମ୍ ଗତବର୍ଷ ଏକ ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହୋଇଥିଲେ । ହେଲେ ସେହି ମ୍ୟାଚରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ପାକିସ୍ତାନ ବୋଲର ଶାହୀନ ଶାହ ଆଫ୍ରିଦ ଭାରତର କେଏଲ ରାହୁଲ, ରୋହିତ ଶର୍ମା ଓ ବିରାଟ କୋହଲୀଙ୍କୁ ଆଉଟ କରି ଭାରତକୁ ପରାଜୟର ଦ୍ୱାରଦେଶରେ ପହଂଚାଇ ଦେଇଥିଲେ । ଏହି ମ୍ୟାଚରେ ଭାରତ ମୋଟ ୧୫୧ ରନରେ ସୀମିତ ରହିଥିବା ବେଳେ ପାକିସ୍ତାନ ଟିମ୍ କୌଣସି ୱିକେଟ ନହରାଇ ୧୭.୫ ଓଭରରେ ମ୍ୟାଚ ଜିତି ଯାଇଥିଲେ । ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ଓ ବାବର ଆଜମଙ୍କ ଯୋଡି ପାକିସ୍ତାନକୁ ବିଜୟୀ କରାଇଥିଲେ ।

Advertisment

ସେପଟେ ଆସନ୍ତା କାଲି ଖେଳାଯିବାକୁ ଥିବା ମ୍ୟାଚରୁ ଆହତ କାରଣରୁ ପାକିସ୍ତାନର ଶାହୀନ ଶାହ ଆଫ୍ରିଦ ଖେଳୁ ନଥିବାରୁ ସମସ୍ତଙ୍କର ନଜର ରିଜୱାନ ଓ ଆଜମଙ୍କ ଉପରେ ରହିଛି । ଭାରତ ବିରୋଧୀ ଟି -୨୦ ମ୍ୟାଚରେ ରିଜୱାନ ୫୫ ଟି ବଲ ଖେଳି ୬ ଟି ଚୌକା ଓ ୩ ଟି ଛକ୍କା ସହାୟତାରେ ୭୯ ରନ କରିବାକୁ ସକ୍ଷମ ହୋଇଥିଲେ । ସେହି କ୍ରମରେ ଅଧିନାୟକ ବାବର ୫୨ ଟି ବଲ୍ ଖେଳି ୬ ଟି ଚୌକା ଓ ୨ ଟି ଛକ୍କା ସହାୟତାରେ ୬୮ ରନ କରିଥିଲେ । ଏହି ବିଜୟ ପରେ ପାକିସ୍ତାନ ସେମି ଫାଇନାଲରେ ପହଂଚିଯାଇଥିଲା ।

ସେପଟେ ଆସନ୍ତା କାଲି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମର ଅନୁଭବି ଟେଷ୍ଟ କ୍ରିକେଟର ଚେତେଶ୍ୱର ପୂଜାରା ରିଜୱାନଙ୍କ ସହ ଖେଳିବାକୁ ନେଇ ଖୋଲାଖୋଲି ବୟାନ ଦେଇଛନ୍ତି । ଜଣେ ପ୍ରଶଂସକଙ୍କ ଟ୍ୱିଟର ଉତ୍ତର ଦେଇ ପୂଜାରା କହିଛନ୍ତି କି, ‘ମୁଁ ଗୋଟିଏ ସମୟରେ ରିଜୱାନଙ୍କ ସହ ଖେଳି ପୁରା ଆନନ୍ଦ ପାଇଛି, ସେ ଜଣେ ଭଲ ଲୋକ ଓ ପ୍ରତିଭାଶାଳୀ ଖେଳାଳୀ’ । କହିରଖୁ କି ଉଭୟ କାଉଣ୍ଟିଂ ଚମ୍ପିଆନସିପ୍ ୨୦୨୨ ସସେକ୍ସ ପାଇଁ ଏକା ସାଥିରେ ଖେଳିଥିଲେ ।

କହିରଖୁ କି, କିଛିଦିନ ପୂର୍ବରୁ ରିଜୱାନ ପୂଜାରାଙ୍କ ସହ ଖେଳିବା ନେଇ ବୟାନ ଦେଇଥିଲେ । ସେ କହିଥିଲେ କି ଉଭୟ ଦେଶର ଦ୍ୱିପାକ୍ଷୀକ ଶୃଙ୍ଖଳାରେ ପୂଜାରାଙ୍କ ସହ ଖେଳିବାର ଦେଖିବାକୁ ଚାହୁଁଛନ୍ତି ।