କନକ ବ୍ୟୁରୋ : ଆଜି ଏସିଆ କପ୍ ଫାଇନାଲ ଟକ୍କର । ଦୁବାଇରେ ଭାରତ ସହ ମୁହାଁମୁହିଁ ହେବ ବାଂଲାଦେଶ । ପୂର୍ବରୁ ୬ ଥର ଏସିଆ କପ୍ ଜିତି ସାରିଥିବା ଟିମ୍ ଇଣ୍ଡିଆ ସପ୍ତମ ଥର ଟାଇଟଲ୍ ହାତେଇବା ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ । ସେପଟେ ତୃତୀୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଥିବା ବାଂଲାଦେଶ ଚାମ୍ପିଅନ୍ ହେବା ପାଇଁ ପ୍ରୟାସ କରିବ । ୨୦୧୬ ଏସିଆ କପରେ ବାଂଲାଦେଶକୁ ହରାଇ ଭାରତ ବିଜେତା ହୋଇଥିଲା ।
ତେବେ ଏଥର ପାକିସ୍ତାନକୁ ହରାଇ ଫାଇନାଲରେ ପହଂଚିଥିବା ବାଂଲାଦେଶକୁ ହାଲୁକା ଭାବେ ନେବ ନାହିଁ ଭାରତ । ଆଫଗାନିସ୍ତାନ ବିପକ୍ଷ ସୁପର ଫୋର ମୁକାବିଲାରେ ଭାରତ ୫ ଜଣ ଖେଳାଳୀଙ୍କୁ ବିଶ୍ରାମ ଦେଇଥିବା ବେଳେ ଆଜି ପୁରା ଶକ୍ତି ନେଇ ପଡିଆକୁ ଓହ୍ଲାଇବ । ଶିଖର ଧାୱନଙ୍କ ସହ ଅଧିନାୟକ ରୋହିତ ଶର୍ମା ଓପନିଂକୁ ଫେରିବା ଏକ ପ୍ରକାର ନିଶ୍ଚିତ । ବୋଲିଂରେ ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହ, ୟୁଜବେନ୍ଦ୍ର ଚହଲ ପ୍ରତିପକ୍ଷଙ୍କୁ ଅଡୁଆରେ ପକାଇବା ଦକ୍ଷତା ରଖିଛନ୍ତି । ସେପଟେ ବାଂଲାଦେଶ ମଧ୍ୟ ପ୍ରଥମ ଥର ପାଇଁ ଟାଇଟଲ ହାତେଇବାକୁ ସବୁ ଜୋର ଲଗାଇ ଦେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/india-vs-bangladesh-asia-cup-1538029349.jpg)
/kanak/media/post_attachments/wp-content/uploads/2018/09/download-18-300x168.jpg)