ଏସିଆ କପ୍ ୨୦୧୮ର ସୁପର-୪ ମୁକାବିଲା । ଗ୍ରୁପ୍ ଏ ରୁ ଭାରତ ଓ ପାକିସ୍ତାନ ଏବଂ ଗ୍ରୁପ୍-ବି ରୁ ଆଫଗାନିସ୍ତାନ ଓ ବାଂଲାଦେଶ ଏହି ସୁପର-୪ ସ୍ଥାନରେ ପହଁଛନ୍ତି। ଶୁକ୍ରବାର ସୁପର-୪ର ପ୍ରଥମ ଦିନରେ ଦୁଇଟି ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ । ପ୍ରଥମଟି ଭାରତ-ବାଂଲାଦେଶ ଏବଂ ଦ୍ୱିତୀୟଟି ଆଫଗାନିସ୍ତାନ-ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ମ୍ୟାଚ୍ ଦୁବାଇ ଏବଂ ଆବୁଧାବିରେ ଭାରତୀୟ ସମୟ ସଂଧ୍ୟା ୫ ଟାରେ ଖେଳାଯିବ।
/kanak/media/post_attachments/wp-content/uploads/2018/09/728774-team-india-rohit-reuters.jpg) ତେବେ ଗତ ୧୯ ତାରିଖ ଦିନ ପାକିସ୍ତାନକୁ ୮ ୱିକେଟରେ ମାତ୍ ଦେଇ ଏସିଆ କପର ଲିଗ୍ ପର୍ୟ୍ୟାୟରେ ଲଗାତାର ଦ୍ୱିତୀୟ ବିଜୟ ସହ ସୁପର ୪ରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ତେବେ ସୁପର-୪ ମ୍ୟାଚ ଖେଳିବା ପୂର୍ବରୁ ଭାରତକୁ ଲାଗିଛି ଜବରଦସ୍ତ ଝଟକା । ଗତ ୧୯ ତାରିଖ ଦିନ ପାକିସ୍ତାନ ବିରୁଦ୍ଧରେ ଖେଳାଯାଇଥିବା ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ତେଣୁ ହାର୍ଦ୍ଦିକଙ୍କ ବଦଳରେ ଦୀପକ ଚହରଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ସେହିଭଳି ଦଳରେ ଆଉ ଦୁଇଟି ପରିବର୍ତ୍ତନ କରିଛନ୍ତି ଚୟନକର୍ତ୍ତା । ଅକ୍ଷର ପଟେଲଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ଟିମରେ ସାମିଲ କରାଯାଇଥିବା ବେଳେ ସାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲଙ୍କୁ ସୁଯୋଗ ଦିଆଯାଇଛି।
ତେବେ ଗତ ୧୯ ତାରିଖ ଦିନ ପାକିସ୍ତାନକୁ ୮ ୱିକେଟରେ ମାତ୍ ଦେଇ ଏସିଆ କପର ଲିଗ୍ ପର୍ୟ୍ୟାୟରେ ଲଗାତାର ଦ୍ୱିତୀୟ ବିଜୟ ସହ ସୁପର ୪ରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ତେବେ ସୁପର-୪ ମ୍ୟାଚ ଖେଳିବା ପୂର୍ବରୁ ଭାରତକୁ ଲାଗିଛି ଜବରଦସ୍ତ ଝଟକା । ଗତ ୧୯ ତାରିଖ ଦିନ ପାକିସ୍ତାନ ବିରୁଦ୍ଧରେ ଖେଳାଯାଇଥିବା ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ତେଣୁ ହାର୍ଦ୍ଦିକଙ୍କ ବଦଳରେ ଦୀପକ ଚହରଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ସେହିଭଳି ଦଳରେ ଆଉ ଦୁଇଟି ପରିବର୍ତ୍ତନ କରିଛନ୍ତି ଚୟନକର୍ତ୍ତା । ଅକ୍ଷର ପଟେଲଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ଟିମରେ ସାମିଲ କରାଯାଇଥିବା ବେଳେ ସାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲଙ୍କୁ ସୁଯୋଗ ଦିଆଯାଇଛି।
/kanak/media/post_attachments/wp-content/uploads/2018/09/Mashrafe-Mortaza-of-Bangladesh-celebrates-Jason-Roy-of-England-during-the-2nd-One-Day-International-match-between-Bangladesh-and-England_Getty.jpg) ଅନ୍ୟପଟେ ଗତକାଲି ଶେଷ ଲିଗ୍ ମ୍ୟାଚରେ ବାଂଲାଦେଶକୁ ଆଫଗାନିସ୍ତାନ ହରାଇଦେଇଥିଲା। ଗ୍ରୁପ୍ ‘ବି’ରୁ ସୁପର-୪ ସ୍ଥାନ ପକ୍କା କରି ସାରିଥିବା ଆଫଗାନିସ୍ତାନ ଓ ବାଂଲାଦେଶ ପାଇଁ ଏହାର ଫଳାପଳ ଗୁରୁତ୍ୱ ରଖିନଥିଲା। କିନ୍ତୁ ଗତକାଲିର ପରାଜୟ ଫାଇଦା ଉଠାଇବାକୁ ଚାହିଁବ ରୋହିତ ବାହିନୀ ।
ଅନ୍ୟପଟେ ଗତକାଲି ଶେଷ ଲିଗ୍ ମ୍ୟାଚରେ ବାଂଲାଦେଶକୁ ଆଫଗାନିସ୍ତାନ ହରାଇଦେଇଥିଲା। ଗ୍ରୁପ୍ ‘ବି’ରୁ ସୁପର-୪ ସ୍ଥାନ ପକ୍କା କରି ସାରିଥିବା ଆଫଗାନିସ୍ତାନ ଓ ବାଂଲାଦେଶ ପାଇଁ ଏହାର ଫଳାପଳ ଗୁରୁତ୍ୱ ରଖିନଥିଲା। କିନ୍ତୁ ଗତକାଲିର ପରାଜୟ ଫାଇଦା ଉଠାଇବାକୁ ଚାହିଁବ ରୋହିତ ବାହିନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/1537500192-Rohit-Mortaza-AP.jpg)