ଏସିଆ କପ୍ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା ! ବିରାଟ କୋହଲିଙ୍କୁ ବିଶ୍ରାମ, ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ।

48

କନକ ବ୍ୟୁରୋ : ଏସିଆ କପ୍ କ୍ରିକେଟ୍ ପାଇଁ ଇଣ୍ଡିଆନ୍ ଟିମର ଘୋଷଣା ହୋଇସାରିଛି । ଏହି ୱାନଡେ ଟୁର୍ଣ୍ଣାମେଣ୍ଟ୍ ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ବିସିସିଆଇ ତରଫରୁ ଶୁକ୍ରବାର ମୁମ୍ବାଇରେ ୧୬ ଜଣ ସଦସ୍ୟଙ୍କର ଏକ ଟିମ୍ ପ୍ରସ୍ତୁତ କରିଛି । ତେବେ ଏହି ଟୁର୍ଣ୍ଣମେଣ୍ଟ୍ ଦୁବାଇ ଏବଂ ଆବୁଧାବିରେ ହେବ ବୋଲି ଶୁଣିବାକୁ ମିଳୁଛି । ଏସିଆ କପ୍ କ୍ରିକେଟ୍ ଟିମର ଅଧିନାୟକର ଭାର ରୋହିତ ଶର୍ମାଙ୍କୁ ଦିଆଯାଇଥିବା ବେଳେ ବିରାଟ କୋହଲି ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବା କଥା ମଧ୍ୟ ଶୁଣିବାକୁ ମିଳୁଛି ।

ଆସନ୍ତା ୧୫ରୁ ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍ କ୍ରିକେଟରେ ଖେଳିବେ ନାହିଁ ବିରାଟ କୋହଲି । ବିରାଟଙ୍କ ସ୍ଥାନରେ ଭାରତୀୟ ଦଳର ଅଧିନାୟକତ୍ୱ କରିବେ ରୋହିତ ଶର୍ମା । ବିରାଟଙ୍କୁ ବିଶ୍ରାମ ଦିଆଯାଇଛି । ଆଜି ମୁମ୍ବାଇରେ ବିସିସିଆଇ ବୈଠକରେ ଏହି ଘୋଷଣା ହୋଇଚି । ଏହାସହିତ ୧୫ ଜଣିଆ ଖେଳାଳି ତାଲିକା ବି ଘୋଷିତ ହୋଇଛି । ଟିମରେ ଦୁଇଜଣ ନୂଆ ଖେଳାଳି ଖଲିଲ ଅହମ୍ମଦ ଓ ଅକ୍ଷୟ ପଟେଲ ସାମିଲ ହୋଇଛନ୍ତି । ଏସିଆ କପରେ ଭାରତୀୟ ଟିମ ୧୮ ସେପେଟମ୍ବରରୁ ତାର ଅଭିଯାନ ଆରମ୍ଭ କରିବେ ।

ଏହାର ଗୋଟିଏ ଦିନ ପରେ ଅର୍ଥାତ ୧୯ ତାରିଖରେ ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ ମ୍ୟାଚ ରହିଛି । ଟୁର୍ଣ୍ଣାମେଂଟର ଫାଇନାଲ ୨୮ ତାରିଖରେ ଖେଳାଯିବ । ୨୦୧୬ରେ ଆୟୋଜକ ବାଂଲାଦେଶକୁ ହରାଇ ଭାରତ ଏସିଆ କପ ଜିତିଥିଲା । ୧୯୮୪ ମସିହାରେ ଏସିଆ କପ ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପରେ ଭାରତ ସର୍ବାଧିକ ୬ ଥର ଚାମ୍ପିୟନ ହୋଇଛି । ଶ୍ରୀଲଙ୍କା ୫ ଥର ଓ ପାକିସ୍ତାନ ଦୁଇଥର ଚାମ୍ପୟିନ ହୋଇଛି ।