ଭାରତରେ ନିର୍ମାଣ ହେଲା ଏସିଆର ସର୍ବ ବୃହତ ବାୟୋ ସିଏନଜି ପ୍ଲାଣ୍ଟ, ପ୍ରଧାନମନ୍ତ୍ରୀ କରିବେ ଲୋକାର୍ପଣ

110

କନକ ବ୍ୟୁରୋ : ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ପରିଚିତ ଇନ୍ଦୋର ଠାରେ ଏସିଆ ମହାଦେଶର ସବୁଠାରୁ ବାୟୋ ସିଏନଜି ପ୍ଲା୍ଣ୍ଟ ନିର୍ମାଣ ହୋଇଛି । ଏବେ ଏହାର ଲୋକାର୍ପଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି । ୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ପ୍ଲାଣ୍ଟରେ ଦୈନିକ ୧୮ ହଜାର ଲିଟର ବାୟୋ ସିଏନଜି ଗ୍ୟାସ ଉତ୍ପାଦନ ହେବ । ଏହାସହ ଦୈନିକ ୧୦୦ ଟନ ସାର ବି ଉତ୍ପାଦନ ହେବ ବୋଲି କୁହାଯାଇଛି । ମଧ୍ୟ ପ୍ରଦେଶର ଇନ୍ଦୋର ଠାରେ ଥିବା ଦେବଗୁରାଡିଆ ପାହାଡରେ ଏହି ପ୍ଲାଣ୍ଟ ନିର୍ମାଣ କରାଯାଇଛି ।

ସୂଚନା ମୁତାବକ ଏହି ପ୍ଲାଣ୍ଟରୁ ଉତ୍ପାଦନ ହେବାକୁ ଥିବା ଗ୍ୟାସରେ ସିଟି ବସ୍ ଚଳାଇବାର ବ୍ୟବସ୍ଥା କରାଯିବ । ସ୍ଥାନୀୟ ନଗର ନିଗମର ବାହାନ ବି ଏହି ଗ୍ୟାସରେ ଚାଲିବ ବୋଲି କୁହାଯାଇଛି । ସ୍ଥାନୀୟ ସାଂସଦ ଲାଲବାନୀ କହିଛନ୍ତି କି ସବୁଠାରୁ ସ୍ୱଚ୍ଛ ସହର ଭାବେ ୪ ଥର ପୁରସ୍କାର ଜିତିଥିବା ଇନ୍ଦୋର ପାଇଁ ଏହା ଏକ ଐତିହାସିକ ସଫଳତା । ସାରା ଦେଶରେ ଏହା ଗୋଟିଏ ପ୍ଲାଣ୍ଟ ଯେଉଁଠି ସହରର ସମସ୍ତ ଅଳିଆକୁ ଏକାଠି କରାଯାଇ ତା ମଧ୍ୟରୁ ସିଏନଜି ଗ୍ୟାସ ଉତ୍ପନ କରାଯିବ । ଏହି ପ୍ଲାଣ୍ଟର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ବୋଲି ସାଂସଦ କହିଛନ୍ତି ।

ନଗର ନିଗମର କମିଶନର ପ୍ରତିଭା ପାଲ କହିଛନ୍ତି କି ଏହି ପ୍ଲାଣ୍ଟରୁ ଦୈନିକ ୧୮ ହଜାର ଲିଟର ବାୟୋ ସିଏନଜି ଗ୍ୟାସ ଉତ୍ପାଦନ କରାଯିବା ସହ ୧୦୦ ଟନ୍ ସାର ଓ କମ୍ପୋଷ୍ଟ ବି ଉତ୍ପାଦନ କରାଯିବ । ଏଥିରେ ଉତ୍ପାଦ ହେବାକୁ ଥିବା ବାୟୋ କମ୍ପୋଷ୍ଟକୁ ସ୍ଥାନୀୟ ଚାଷୀଙ୍କୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯିବ ।