ମୁଖ୍ୟ ଶାସନ ସଚିବଙ୍କୁ ‘ଏଏସଆଇ’ର ଚିଠି । ଓଡିଶାର କୀର୍ତ୍ତିରାଜି ସଂରକ୍ଷଣ ସମସ୍ୟାର ସମାଧାନ କରିବାକୁ ବୈଠକ ଡାକିବାକୁ ଅନୁରୋଧ

‘ଫୋନି’ ପାଇଁ କେନ୍ଦ୍ରୀୟ ସହାୟତା ଲୋଡ଼ିଲା ରାଜ୍ୟ । କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ।

କନକ ବ୍ୟୁରୋ : ଓଡ଼ିଶାର କିଛି ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତିରାଜି ସଂରକ୍ଷଣ ସଂପର୍କରେ ଏଏସଆଇ ମହାନିର୍ଦ୍ଦେଶକ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୀର୍ତ୍ତିରାଜି ସଂରକ୍ଷଣରେ ବାଧା ଉପୁଜିବା ନେଇ ଉଲ୍ଲେଖ ରହିଛି। ରକ୍ଷଣାବେକ୍ଷଣରେ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ ପାଇଁ ଚିଠିରେ ଅନୁରୋଧ କରାଯାଇଛି। ମୁଖ୍ୟ ଶାସନ ସଚିବ ତାରିଖ ଜଣାଇଲେ ବୈଠକ ହେବ। ଆଉ ଏହି ବୈଠକରେ ସମସ୍ୟାର ସମାଧାନ ବାହାର କରାଯାଇପାରିବ ବୋଲି କୁହାଯାଇଛି ।

publive-imageସୂଚନାଯୋଗ୍ୟ ଓଡ଼ିଶାର ୭୯ଟି କୀର୍ତ୍ତିରାଜି ସଂରକ୍ଷଣ ଦାୟିତ୍ୱରେ ଏଏସଆଇ ରହିଛି। ଜଗନ୍ନାଥ ମନ୍ଦିର, କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି, ଉଦୟଗିରି ଗୁମ୍ଫା ଆଦିର ରକ୍ଷଣା ବେକ୍ଷଣ ଓ ସଂରକ୍ଷଣ ଉପରେ ଭୁବନେଶ୍ୱର ସର୍କଲ କାର୍ଯ୍ୟାଳୟ ସମ୍ପୂର୍ଣ ଧ୍ୟାନ ଦେଉଛି । ତେବେ ରାଜ୍ୟର କିଛି ସ୍ଥଳରେ ଏଏସଆଇର ସଂରକ୍ଷଣ କାମ ବାଧିତ ହେବା ସମ୍ପର୍କିତ କିଛି ରିପୋର୍ଟ ଆସିଛି । ଏହାର ସମାଧାନ ଶୀଘ୍ର ହେବା ଆବଶ୍ୟକ । ତେଣୁ ଏ ବାବଦରେ ଥିବା ସମସ୍ୟାର ସମାଧାନ କରିବା ପାଇଁ ଏକ ବୈଠକ ଆୟୋଜିତ କରିବାକୁ ସମୟ ପ୍ରଦାନ କରିବାକୁ ଉଷା ଶର୍ମା ଏହି ପତ୍ରରେ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe