କନକ ବ୍ୟୁରୋ : ରତ୍ନଭଣ୍ଡାର ଓ ଜଗମୋହନ ମରାମତିକୁ ନେଇ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠକୁ ପ୍ରତ୍ୟାହାର କରି ନେଇଛି ଏଏସଆଇ । ପୂର୍ବରୁ ଦାଖଲ କରିଥିବା ସତ୍ୟପାଠରେ ମରାମତି କାମର ଅଗ୍ରଗତି ନେଇ ରିପୋର୍ଟ ରହିଥିଲା । ତେବେ ଏହି ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ତେଣୁ ଏହାକୁ ପ୍ରତ୍ୟାହାର କରିଛି ଏଏସଆଇ ।
ଆସନ୍ତା ୧୫ ତାରିଖରେ ପୁଣିଥରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୁଣିଥରେ ମରାମତି କାମର ଅଗ୍ରଗତିକୁ ନେଇ ସତ୍ୟପାଠ ଦାଖଲ କରିବ ଏଏସଆଇ । ତେଣୁ ପରବର୍ତ୍ତୀ ଶୁଣାଣିରେ ହାଇକୋର୍ଟ କଣ ନିର୍ଦ୍ଦେଶ ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/18-10.jpg)