ଶ୍ରୀମନ୍ଦିର ଯାଂଚ୍ କଲା ବୈଷୟିକ ଟିମ୍ ! ଗର୍ଭଗୃହ ସୁରକ୍ଷିତ, ସରିଛି ଜଗମୋହନ ମରାମତି

ଶ୍ରୀମନ୍ଦିର ଯାଂଚ୍ କଲା ବୈଷୟିକ ଟିମ୍ ! ଗର୍ଭଗୃହ ସୁରକ୍ଷିତ, ସରିଛି ଜଗମୋହନ ମରାମତି

କନକ ବ୍ୟୁରୋ : ଶ୍ରୀମନ୍ଦିର ଯାଂଚ୍ କରିଛି ବୈଷୟିକ ଟିମ୍ । ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ଥିବା ବେଳେ ଗର୍ଭଗୃହ ସହ ଜଗମୋହନର ଯାଂଚ କରିଛନ୍ତି ବିଶେଷଜ୍ଞ ଟିମ୍ । ନାଟମଣ୍ଡପ ଗରୁଡ ସ୍ତମ୍ବ ଉପରେ ଦୁର୍ବଳ ବିମର ମରାମତି ଦିଗରେ ଅନୁଧ୍ୟାନ କରିଛି ବୈଷୟିକ ଟିମ୍ । ପ୍ରତ୍ନତତ୍ୱ ବିଭାଗ, ଡାଇରେକ୍ଟର ମନୋମେଂଟ, ପୂର୍ତ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ଟିମ୍ ଶ୍ରୀମନ୍ଦିର ଭିତରେ ଯାଂଚ କରୁଛନ୍ତି । ପ୍ରତିବର୍ଷ ଗର୍ଭଗୃହ ଯାଂଚ କରାଯାଇଥାଏ । ୧୯୯୩ ମସିହାରେ ଗର୍ଭଗୃହରୁ ପଥର ଖସିବା ପରଠାରୁ ଏଭଳି ଯାଂଚ ପ୍ରକ୍ରିୟା ଜାରି ରହିଛି । ଗଜପତି ମହାରାଜା ଦିବ୍ୟସିଂହ ଦେବ ନାଟମଣ୍ଡପର ଅବସ୍ଥା ନେଇ କିଛି ଦିନ ତଳେ ଚିନ୍ତା ପ୍ରକଟ କରିଥିଲେ । ତେବେ ଗର୍ଭଗୃହ ସୁରକ୍ଷିତ ଥିବା କହିଛି ବୈଷୟିକ କୋରକମିଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe