ପୁରୀରେ ଏଏସଆଇ ଟିମ୍ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଖନନ କାମର ଏଏସଆଇ କରୁଛନ୍ତି ଅନୁଧ୍ୟାନ

78

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ପପୁରୀରେ ପହଞ୍ଚିଛି ଏଏସଆଇ ଟିମ୍ । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏ.ଏସ.ଆଇର୍ ଆଞ୍ଚଳିକ ନିର୍ଦ୍ଦେଶକ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ପହଞ୍ଚିଛି । ଏମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ଚାଲିଥିବା ଖନନ ଓ ନିର୍ମାଣ କାମର ଅନୁଧ୍ୟାନ କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା କମ୍ପାନୀ ଟାଟା ଜରିଆରେ ମେଘନାଦ ପାଚେରୀଠାରୁ ୧୦୦ ମିଟର ନିଷିଦ୍ଧ ଅଂଚଳ ଭିତରେ ଖନନ କାମ ଚାଲିଛି । ଏହି ଟିମ୍ ପ୍ରକଳ୍ପ କାମର ଅନୁଧ୍ୟାନ କରିବା ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡିଶା ସେତୁ ଓ ନିର୍ମାଣ ନିଗମ, ଟାଟା ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ଆଲୋଚନା କରିବ ।
ଗତ ୬ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର କୁମାର ଯାଦବ ଏ.ଏସ.ଆଇ ନିକଟରେ ସଂଶୋଧିତ ପ୍ରକଳ୍ପର ନକ୍ସା ଦାଖଲ କରିଥିଲେ । ଏ.ଏସ.ଆଇ ଭୁବନେଶ୍ୱର ମଣ୍ଡଳ ଅଧୀକ୍ଷକ ତାହାକୁ ଅନୁଧ୍ୟାନ କରିବା ପରେ ମହାନିର୍ଦ୍ଦେଶକଙ୍କୁ ସୁପାରିସ କରାଯିବ । କାରଣ ଏ.ଏସ.ଆଇର ବିନା ଅନୁମତିରେ ନିଷିଦ୍ଧାଞ୍ଜଳରେ ପରିକ୍ରମା ପ୍ରକଳ୍ପ କାମ ହେଉଛି ହେଉଛି ବୋଲି ଅଭିଯୋଗ ରହିଛି । ବଡ ବଡ ଖନନ ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ, ବିଶେଷଜ୍ଞ । ଏହାକୁ ନେଇ ହାଇକୋର୍ଟରେ ମାମଲା ପହଂଚିଛି । ଉଭୟ ରାଜ୍ୟ ସରକାର ଏବଂ ଏ.ଏସ.ଆଇକୁ ପ୍ରକଳ୍ପକୁ ନେଇ ରିପୋର୍ଟ ଦେବାକୁ କୁହାଯାଇଛି । ଆଗାମୀ ୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ରହିଛି । ଏହା ପୂର୍ବରୁ ଆଜି ଏ.ଏସ.ଆଇ ପ୍ରକଳ୍ପ କାମରୁ ଅନୁଧ୍ୟାନ କରି ୭ ତାରିଖ ସୁଦ୍ଧା ହାଇକୋର୍ଟରେ ରିପୋର୍ଟ ଦେବେ । ପ୍ରକଳ୍ପ ତିଆରି ହେବା ଯୋଗୁଁ ମନ୍ଦିର ଉପରେ ବିପଦ ରହିଛି କି ନାହିଁ ହାଇକୋର୍ଟରେ ଉତର ଦାଖଲ କରିବେ ଏ.ଏସ.ଆଇ ।