ଲିଙ୍ଗରାଜ ମନ୍ଦିରର ସର୍ବେକ୍ଷଣ କଲେ ଏଏସଆଇ କର୍ତ୍ତୃପକ୍ଷ । ମନ୍ଦିର ଭିତରର ସ୍ଥିତି ଓ ପୁରରୁଦ୍ଧାର କିଭଳି ହେବ ବୁଲି ଦେଖିଲେ

93

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ସର୍ବେକ୍ଷଣ କଲେ ବିଏମସି କମିଶନର, ସେବାୟତ ଓ ଏଏସଆଇ କର୍ତୃପକ୍ଷ । ମନ୍ଦିର ଭିତରେ କ’ଣ କ’ଣ ଅସୁବିଧା ଅଛି ଏବଂ ମନ୍ଦିର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟ କିଭଳି ହୋଇପାରିବ ଏନେଇ ଆଗକୁ ଆହୁରି ଆଲୋଚନା କରାଯିବ ବୋଲି କହିଛନ୍ତି ବିଏମସି କମିଶନର । ସେବାୟତ ଏବଂ ଭକ୍ତଙ୍କର ଯେଭଳି ଅସୁବିଧା ନହେବ ସେନେଇ ବ୍ୟବସ୍ଥା କରାଯିବ । ମନ୍ଦିର ଯେମିତି ସୁରକ୍ଷିତ ରହିଛି ଆଗକୁ ସେମିତି ସୁରକ୍ଷିତ ରହିବ ବୋଲି କହିଛନ୍ତି ବିଏମସି କମିଶନର । ସେବାୟତଙ୍କ ଅଭିଯୋଗକୁ ତଦାରଖ କରିଛୁ ବୋଲି ସେ କହିଛନ୍ତି ।