କନକ ବ୍ୟୁରୋ : ୱାର୍ଡ ସଭ୍ୟଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଏଏସ୍ଆଇ ନିରଞ୍ଜନ ମହାନ୍ତି । ଖୋର୍ଦ୍ଧା ଏସପି ତାଙ୍କୁ ନିଲମ୍ବିତ କରିଛନ୍ତି । ଗତକାଲି ୱାର୍ଡ ସଭ୍ୟ ଓ ସମିତି ସଭ୍ୟଙ୍କୁ ମାଡ଼ କରିଥିଲେ ଏଏସ୍ଆଇ ନିରଞ୍ଜନ ମହାନ୍ତି । କୌଣସି ଏକ ମାମଲା ସଂପର୍କରେ ବୁଝିବାକୁ ଜଙ୍କିଆ ଥାନାକୁ ଯାଇଥିଲେ ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନ । ଥାନାରେ ଆଇଆଇସି ନଥିବାରୁ ସେ ବାହାରକୁ ଆସି ଫୋନରେ କଥା ହେଉଥିଲେ । ଏହି ସମୟରେ ଥାନା ଦାୟିତ୍ୱରେ ଥିବା ଏଏସ୍ଆଇ ଚିତରଞ୍ଜନ ମହାନ୍ତିଙ୍କୁ ତାଙ୍କୁ ଡାକିଥିଲେ ।

Advertisment

ସେ ଫୋନରେ କଥା ହେଉଥିବାରୁ ଏଏସ୍ଆଇଙ୍କ ଡାକ ଶୁଣି ପାରିନଥିଲେ । ଏଥିରେ ସେ ଉତକ୍ଷପ୍ତ ହୋଇ ତାଙ୍କ ଉପରକୁ ଏକ ଟେକା ଫିଙ୍ଗିଥିଲେ । ଏହା ନବକିଶୋରଙ୍କ ଦେହରେ ନବାଜିରୁ ଏଏସ୍ଆଇ ତାଙ୍କ ନିକଟକୁ ଯାଇ ମାଡ ମାରିବା ସହ ପଥର ଉଠାଇ ମୁଣ୍ଡକୁ ଛେଚି ଦେଇଥିଲେ । ଏହି ସମୟରେ ସେଠାରେ ଥିବା ଅନ୍ୟ ଜଣେ ସମିତି ସଭ୍ୟ ଇଶ୍ୱର ମାର୍ଥା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ପ୍ରତିବାଦ କରିଥିଲେ । ଭାରପ୍ରାପ୍ତ ଥାନା ଅଧିକାରିଣୀ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।