ପରିକ୍ରମା ପ୍ରକଳ୍ପକୁ ଅନୁମତି ଦେଇନାହିଁ ଏଏସଆଇ । ହାଇକୋର୍ଟରେ ଏଏସଆଇ ଦାଖଲ କରିଥିବା ସତ୍ୟପାଠରେ କଣ ରହିଛି ଉଲ୍ଲେଖ?

103

କନକ ବ୍ୟୁରୋ : ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଆହୁରି ବଢିଛି । ଆଜି ଆଞ୍ଚଳିକ ଏଏସଆଇ ଅର୍ଥାତ ପ୍ରତ୍ନତତ୍ୱ ବିଭାଗ ହାଇକୋର୍ଟରେ ଯେଉଁ ରିପୋର୍ଟ ଦେଇଛି ତାହା, ସମସ୍ତଙ୍କୁ ଚମକାଇ ଦେଇଛି । ଏହି ରିପୋର୍ଟରେ କୁହାଯାଇଛି, ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ମନ୍ଦିର ପାଖରେ ଖନନ ପାଇଁ ଆବଶ୍ୟକୀୟ ଅନୁମତି ଦିଆଯାଇନାହିଁ ।

ଏହି ରିପୋର୍ଟରେ ଆହୁରି କୁହାଯାଇଛି, ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିକୁ ସରକାର ପୂର୍ବରୁ ଯେଉଁ ଡିଜାଇନ ଦେଇଥିଲେ ପରବର୍ତୀ ସମୟରେ ସେଥିରେ ପରିବର୍ତନ କରିଦେଇଛନ୍ତି । ବାରମ୍ବାର ଏଥିରେ ପରିବର୍ତନ କରାଯାଇଛି ବୋଲି ପ୍ରତ୍ନତତ୍ୱ ବିଭାଗ ହାଇକୋର୍ଟରେ ସତ୍ୟାପାଠ ଦାଖଲ କରି କହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖନନ ପାଇଁ ଐତିହ୍ୟସ୍ଥଳରେ ବଡଧରଣର କ୍ଷତି ପହଁଚିଥାଇପାରେ । ଅର୍ଥାତ ଶ୍ରୀନ୍ଦିରକୁ କ୍ଷତି ପହଁଚିଥାଇପାରେ ବୋଲି ପ୍ରତ୍ନତତ୍ୱ ବିଭାଗ ଏହି ସତ୍ୟପାଠରେ ସଂକେତ ଦେଇଛି ।
ପ୍ରୋହିବିଟେଡ୍ ଏରିଆରେ କୌଣସି ନିର୍ମାଣ କାମ ପାଇଁ ଏଏସଆଇ କି ଏନଏମଏ ପକ୍ଷରୁ ଅନୁମତି ଦେଇନଥିବା ସତ୍ୟପାଠରେ ଉଲ୍ଲେଖ ହୋଇଛି । ତେବେ ଏଏସଆଇ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହାଇକୋର୍ଟ ।