ବଡ ଦେଉଳରୁ ପଥର ଖସିବା ଘଟଣା । ଶ୍ରୀମନ୍ଦିରରେ ପହଞ୍ଚି ଏଏସଆଇ ଟିମର ଅନୁଧ୍ୟାନ । ପଥରଟିର ଓଜନ ରହିଛି ୩ରୁ ୪ କିଲୋଗ୍ରାମ

167

କନକ ବ୍ୟୁରୋ: ବଡ ଦେଉଳରୁ ପଥର ଖସିବା ଘଟଣାରେ, ଶ୍ରୀମନ୍ଦିରରେ ପହଞ୍ଚି ଅନୁଧ୍ୟାନ କରିଛି ଏଏସଆଇ ଟିମ୍ । ଏଏସଆଇ ସୁପରିଟେଣ୍ଡେଣ୍ଟ ଏହାର ଅନୁଧ୍ୟାନ କରୁଥିବାବେଳେ, ବଡଦେଉଳରୁ ଖସିଥିବା ପଥରର ଓଜନ ୩ରୁ ୪ କେଜି ବୋଲି ଜଣାପଡିଛି । ଏଥିସହ ଏଏସଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ । ପଥର ଖସିଥିବା ସ୍ଥାନଟିକୁ ରାସାୟନିକ ପ୍ରଲେପ ଦେଇ ମରାମତି କରାଯିବ । ଏଥିସହ ପଥରଟି ଦୁର୍ବଳ ଥିବା ହେତୁ ମାଙ୍କଡ ଡେଇଁ ପଥରଟିକୁ ଖସାଇ ଦେଇଥିବା ଅନୁମାନ କରିଛନ୍ତି ଏଏସଆଇ ଟିମ୍ ।