କନକ ବ୍ୟୁରୋ : ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ଏନେଇ ଏଏସଆଇକୁ ଅନୁମତି ଦିଆଯାଇଛି । ପରିଚାଳନା ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ପରିଚାଳନା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଲେଜର ସ୍କାନିଂ ପାଇଁ ଏଏସଆଇ ଅନୁମତି ମାଗିଥିଲା । ଲେଜର ସ୍କାନିଂ ପାଇଁ ଅନୁମତି ଦିଆଯାଇଛି । କାର୍ତ୍ତିକ ବ୍ରତ ଚାଲୁଥିବାରୁ ଏବେ ଭକ୍ତଙ୍କର ଭିଡ ରହୁଛି । ତେଣୁ ଭିଡ଼କୁ ଦୃଷ୍ଟିରେ ରଖି ଲେଜର ସ୍କାନିଂ ପାଇଁ ଏଏସଆଇ ନିଷ୍ପତ୍ତି ନେବ । ସେହିଭଳି ନିର୍ଦ୍ଧାରିତ ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/1-11.jpg)