କନକ ବ୍ୟୁରୋ : ପୁରୀରେ ଏଏସଆଇ ଡିଜି । ମନ୍ଦିର ପରିକ୍ରମା ମାର୍ଗ ମାଷ୍ଟର ପ୍ଲାନର ସମୀକ୍ଷା କରୁଛନ୍ତି । ଏହି ସମୟରେ ଯୋଗଦେଲେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏସପି ଓ ଠିକା ସଂସ୍ଥା । ଏଏସଆଇ ଡିଜି ଭି ବିଦ୍ୟାବତୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ପ୍ରଥମେ ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଏଏସଆଇ ଡିଜି ।
ସେପଟେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଟକଣା କୋହଳ ହୋଇଛି । ଆଜିଠାରୁ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ନାହିଁ । କିଓସ୍କର ଆବଶ୍ୟକତା ମଧ୍ୟ ହେବ ନାହିଁ । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଗତ ୧୪ ତାରିଖରେ ଛତିଶାନିଯୋଗ ବୈଠକରେ କଟକଣା କୋହଳ ନେଇ ନିଷ୍ପତ୍ତି ହୋଇଥିଲା । କୋଭିଡ୍ ସଂକ୍ରମଣ ହାର ସଂପୂର୍ଣ୍ଣ ବନ୍ଦ ହୋଇନଥିବାରୁ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/20-19.jpg)