ଜଜଙ୍କ ଜାଲି ଦସ୍ତଖତ ପଡିଲା ମହଙ୍ଗା । ଗିରଫ ହେଲେ ସମ୍ପୃକ୍ତ ଏଏସଆଇ

122

କନକ ବ୍ୟୁରୋ: ଏଏସଆଇଙ୍କୁ ମହଙ୍ଗା ପଡିଲା ଜଜଙ୍କ ଜାଲି ଦସ୍ତଖତ । ଜଜଙ୍କ ଜାଲି ଦସ୍ତଖତ କରି ଆସାମୀକୁ ବେଲ୍ ଦେବା ଘଟଣାରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ଏଏସଆଇ । ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳରେ ଜଣେ ଏଏସଆଇ ଜଜଙ୍କର ଜାଲି ଦସ୍ତଖତ କରି ବାବୁଲି ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଜାମିନ ଦେଇଥିଲେ । ତାଙ୍କ ବିରୋଧରେ ତାଙ୍କ ପୁତୁରାକୁ ହତ୍ୟା କରିବା ଭଳି ସଙ୍ଗୀନ ଅଭିଯୋଗ ରହିଥିଲା । ଗିରଫ ହେବାର ୧୨ ଦିନ ପରେ ଝିଅ ବାହାଘର ନାଁରେ ଅଭିଯୁକ୍ତ ଜଣକ ଜାମିନ ପାଇଁ ଆବେଦନ କରିଥିଲା । ଯେଉଁଥିପାଇଁ ଜଜଙ୍କ ଜାଲି ଦସ୍ତଖତ କରି ଆଣିଥିଲେ ସମ୍ପୃକ୍ତ ଏଏସଆଇ ଜଣକ । ଆଜି ଏହି ଘଟଣାରେ ତାଙ୍କୁ ଗିରଫ କରାଯାଇଛି ।