କନକ ବ୍ୟୁରୋ : ପୁଣି ଖାକିରେ ଲାଗିଲା ଦାଗ । ଜଣେ ପୋଲିସ ଏଏସଆଇ ଓ ଜଣେ ହୋମଗାର୍ଡ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ । ଅଭିଯୋଗ ପରେ ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଇଥିବା ବେଳେ ଶେଷରେ ଦୁଇ ଜଣଙ୍କୁ ବାନ୍ଧିଛି ପୋଲିସ । ମୟୁରଭଞ୍ଜ ଜାମଦା ଥାନାର ଏଏସଆଇ ଆନନ୍ଦ ମାଝୀ ବ୍ଳକ ହେଡକ୍ୱାର୍ଟରରେ ଏକା ରହୁଥିଲେ ।
ସେହି ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକା ଏଏସଆଇଙ୍କ କ୍ୱାର୍ଟର୍ସରରେ କାମ କରୁଥିଲେ । ସୁଯୋଗ ପାଇ ଏଏସଆଇ ନାବାଳାକାଙ୍କ ସହ ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାଙ୍କ ପିଉସୀ ଥାନାରେ ଏତଲା ଦେଇଥିଲେ । ସେହିପରି ୧୩ ତାରିଖରେ ଥାନାର ହୋମଗାର୍ଡ ଜାମଦା ବ୍ଳକ ଗୁଳନ୍ଦା ଗାଁର ଦେବାନନ୍ଦ ପାତ୍ରଙ୍କ ନାଁରେ ମଧ୍ୟ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିଥିଲା । ତାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ତଦନ୍ତ ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/12-18.jpg)