କନକବ୍ୟୁରୋ:ପୋଲିସକୁ ମହଙ୍ଗା ପଡ଼ିଲା ରାତି ଅଧିଆ ଚଢ଼ାଉ । ହତ୍ୟା ଅଭିଯୁକ୍ତକୁ ବାନ୍ଧିବାକୁ ଯାଇ ନିଜେ ଅଟକ ରହିଲେ ଚାନ୍ଦବାଲି ବାଂଶଡ଼ା ପୋଲିସ କର୍ମଚାରୀ । ଦୀର୍ଘ ସମୟ ଅଟକ ରଖିବା ପରେ ଜଣେ ଏଏସଆଇଙ୍କ ସମେତ ୫ ଜଣ କନଷ୍ଟେବଳଙ୍କୁ ମୁକ୍ତ କରିଛନ୍ତି ଗ୍ରହ୍ମଟିକିରି ଗ୍ରାମବାସୀ । ହତ୍ୟା ଅଭିଯୁକ୍ତକୁ ଗିରଫ କରିବାକୁ ଯାଇ ପୋଲିସ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ପଶି କବାଟ, ଝରକା ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।

Advertisment

ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ପୋଲିସ ସୁନା ଅଳଙ୍କାର ସହ ଦେଢ଼ ଲକ୍ଷ ଟଙ୍କା ନେଇ ଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଗ୍ରାମାବସୀମାନେ ଏସଆଇଙ୍କ ସମେତ ୫ଜଣ କନଷ୍ଟେବଳଙ୍କୁ ଅଟକ ରଖିଥିଲେ । ପରେ ବୁଝାସୁଝା ପରେ ପୋଲିସ କର୍ମକାରୀଙ୍କୁ ମୁକ୍ତ କରାଯାଇଛି । ସେପଟେ ଟଙ୍କା ଓ ସୁନା ନେବା ଘଟଣାକୁ ଖଣ୍ଡନ କରିଛନ୍ତି ବାଂଶଡ଼ା ଥାନା ଅଧିକାରୀ ଦେବରାଜ ଜେନା ।