ମହିଳା ଏଏସଆଇ ଏ.ଏନ. ଲୁଗୁନଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସଂଦେହ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

193

କନକ ବ୍ୟୁରୋ : ଏବେବି ରହସ୍ୟ ଘେରରେ ରାଉରକେଲା ଉଦିତନଗର ଥାନା ଏଏସଆଇ ଏ.ଏନ୍ ଲୁଗୁନଙ୍କ ମୃତ୍ୟୁ । ମାରପିଟ୍ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ହେଲେ ଏଯାଏଁ ମୃତ୍ୟୁ ଘଟଣାରୁ ପରଦା ଘଟିପାରିନାହିଁ । ସେପଟେ ଲୁଗୁନଙ୍କ ମୃତଦେହ ଗ୍ରହଣ କରୁନାହାନ୍ତି ପରିବାର ଲୋକ । ପିସିଆର ଭ୍ୟାନରେ ଯେଉଁ ପୋଲିସ କର୍ମଚାରୀ ଡ୍ୟୁଟିରେ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ମୃତଦେହ ଗ୍ରହଣ କରିବେ ନାହିଁ ବୋଲି ବୋଲି ଅଡି ବସିଛନ୍ତି ପରିବାର ଲୋକେ । ଡିଏସପି ଓ ଅନ୍ୟ ଅଧିକାରୀ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସମାଧାନର କୌଣସି ବାଟ ଫିଟିନାହିଁ । ସେପଟେ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।