ରାଜ୍ୟସଭା ତୃତୀୟ ଆସନ ପାଇଁ କିଏ ହେବେ ପ୍ରାର୍ଥୀ? ଆସନ୍ତାକାଲି ନାମାଙ୍କନ ଭରିପାରନ୍ତି ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଭରିବା ନେଇ ସୂଚନା ।

111

କନକ ବ୍ୟୁରୋ: ରାଜ୍ୟରେ ଖାଲିପଡିଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଜେଡିରୁ ଦୁଇଜଣ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ତୃତୀୟ ଆସନ ପାଇଁ ସସପେନ୍ସ ଜାରି ରହିଥିବା ବେଳେ ମିଳିଥିବା ସୂଚନା ଅନୁସାରେ, ତୃତୀୟ ରାଜ୍ୟସଭା ପ୍ରାର୍ଥୀ ଭାବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ନାମାଙ୍କନ ଭରିପାରନ୍ତି । ଏଥିପାଇଁ ବିଜେପି ବିଧାୟକଙ୍କୁ ଭୁବନେଶ୍ୱର ଡକାଯାଇଛି । ନାମ ଗୋପନ ରଖିବାକୁ କହି କିଛି ବିଜେପି ବିଧାୟକ ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ୨୦୧୯ ଫର୍ମୁଲା ଆପଣାଇପାରେ ବିଜେଡି । ୨୦୧୯ ଜୁନ ୨୪ରେ ନାମାଙ୍କନ ଭରିଥିଲେ ଅଶ୍ୱିନୀ ବୈଷ୍ଣବ । ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ରାଜ୍ୟସଭା ପଠାଇଥିଲା ବିଜେଡି । ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଯାକ ଆସନରେ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ । କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କ ସମର୍କରେ ବିଜେଡି ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । ମୁଖ୍ୟମନ୍ତ୍ରୀ ଶେଷ ମୁହୂର୍ତରେ ସରପ୍ରାଇଜ କାର୍ଡ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।