କନକ ବ୍ୟୁରୋ : ବୁଲେଟ ଟ୍ରେନକୁ ନେଇ ଆସିଲା ବଡ ଖବର । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅହମ୍ମଦାବାଦ ଗସ୍ତରେ ଯାଇ ବଡ ଘୋଷଣା କରିଛନ୍ତି । ଆସନ୍ତା ୨୦୨୬ରେ ଦେଶରେ ଦୌଡିବ ପ୍ରଥମ ବୁଲେଟ ଟ୍ରେନ । ଏବେ ଏହି ପ୍ରୋଜେକ୍ଟକୁ ନେଇ କାମ ଜାରି ରହିଛି । ସେହିଭଳି ୧୯୯ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବାକୁ ନୀଳନକ୍ସା ପ୍ରସ୍ତୁତ ସରିଛି । ଏହିକ୍ରମରେ ଅହମ୍ମଦାବାଦ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯାଇଛି । ସେହିଭଳି ଏବେ ଚାଲୁଥିବା ବନ୍ଦେ ଭାରତ ଟ୍ରେନକୁ ନୂଆ ଭାବେ ଡିଜାଇନ କରାଯାଇଛି । ଯେଉଁଥିପାଇଁ ଗତକାଲି ଏହି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ଏହାର ମରାମତି କରାଯାଇ ପୁଣିଥରେ ଚାଲୁ ହୋଇଛି ।

Advertisment

ମୁମ୍ବାଇରୁ ଗାନ୍ଧୀନଗର ଯାଉଥିବା ଦେଶର ପ୍ରଥମ ହାଇ ସ୍ପିଡ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ଗୁରୁବାର ଅହମ୍ମଦାବାଦ ପୂର୍ବରୁ ବଟୱା ଓ ମଣିନଗର ମଧ୍ୟରେ ଏକ ମଇଁଷି ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ କୌଣସି ଜୀବନହାନି ହୋଇନଥିବା ବେଳେ ଟେନର ସମ୍ମୁଖ ପାଶ୍ୱର୍ ଭାଙ୍ଗି ଯାଇଥିଲା । ଫଳରେ ତୁରନ୍ତ ଏହି ଟ୍ରେନକୁ ରିପାଇରିଂ ପାଇଁ ପଠାଯାଇଥିଲା । ଯାହାର ମରାମତି କାମ ମାତ୍ର କେଇ ଘଣ୍ଟାରେ ଶେଷ ହୋଇଛି ।