ବିଭାଗ ମିଳିବା ପରେ କାର୍ଯ୍ୟ ଆରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ ଓ ଏସ୍. ଜୟଶଙ୍କର । ମନ୍ତ୍ରାଳୟରେ ପହଞ୍ଚି ନେଲେ ଦାୟିତ୍ୱ

309

କନକ ବ୍ୟୁରୋ: ବିଭାଗ ମିଳିବା ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରାଳୟରେ ପହଁଚି କାର୍ଯ୍ୟଭାର ନେଇଛନ୍ତି । ରେଳ ମନ୍ତ୍ରାଳୟରେ ଅଶ୍ୱିନୀ ବୈଷ୍ଣବଙ୍କୁ ଫୁଲ ତୋଡା ଓ କରତାଳି ସହ ସ୍ୱାଗତ କରାଯାଇଛି ।

ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶବାସୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଭରସା କରିଛନ୍ତି । ରେଳ ବିଭାଗ ଆଗରେ ଆଗକୁ ଅନେକ ଆହ୍ୱାନ ଅଛି । ଗତ ୧୦ ବର୍ଷରେ ମୋଦୀ ସରକାର ରେଳ ବିଭାଗକୁ ଅନେକ ଆଗକୁ ନେଇଛନ୍ତି । ଏହି ପ୍ରକ୍ରିୟା ଆଗାମୀ ଦିନରେ ବି ଜାରି ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ରେଳ ବିଭାଗ ସହ ସୂଚନା ଓ ପ୍ରସାରଣ ବିଭାଗ ମଧ୍ୟ ମିଳିଛି ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଛି ।

ସେହିପରି କେନ୍ଦ୍ରମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ନିଜ ମନ୍ତ୍ରାଳୟରେ ପହଞ୍ଚି ଦାୟିତ୍ୱ ନେଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ୱ ଦ୍ୱିତୀୟ ଥର ପାଇଁ ଗ୍ରହଣ କରିଛନ୍ତି ଜୟଶଙ୍କର । ଦାୟିତ୍ୱ ଗ୍ରହଣ କରିବା ପରେ ଜୟଶଙ୍କର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିନିଧିତ୍ୱରେ ଭାରତର ବୈଦେଶିକ ନୀତି ଅନେକ ଆଗକୁ ଯାଇଛି । ତୃତୀୟ ଥର ପାଇଁ ଭାରତର ନେତୃତ୍ୱ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଗକୁ ଭାରତର ବୈଦେଶିକ ନୀତି ଆହୁରି ସଫଳ ହେବ ବୋଲି ଆଶା ରଖିଛନ୍ତି ଜୟଶଙ୍କର ।