କନକ ବ୍ୟୁରୋ: ଆଜି ମୋଦୀ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବା ସହିତ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ ତାଙ୍କୁ କ୍ୟାବିନେଟରେ କେଉଁ ବିଭାଗ ମିଳୁଛି ତା ଉପରେ ସମସ୍ତଙ୍କର ନଜର ରହିଛି । ଅଶ୍ୱିନୀ ବୈଷ୍ଣବ ଓଡିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚତ ହୋଇଛନ୍ତି । ବିଜେପି ଓ ବିଜେଡିର ମିଳିତ ସମର୍ଥନରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଆଜି ସେ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବା ସହିତ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ବିଶେଷକରି ଅର୍ଥ ସମ୍ଭନ୍ଧୀୟ କୌଣସି ବିଭାଗରେ ସେ ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ କରାଇଲେ ପଦ ଓ ଗୋପନୀୟତାର ଶପଥ ପାଠ । ଅଶ୍ବିନୀ ବୈଷ୍ଣବ ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । #CabinetExpansion#KanakNewspic.twitter.com/arXa16IepN
— Kanak News (@kanak_news) July 7, 2021