ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ । ପିଏମଓରୁ ଉଭୟଙ୍କୁ ଫୋନ୍ ଆସିଥିବା ସୂଚନା । ଅଶ୍ୱିନୀଙ୍କ ବିଭାଗ ବିଦଳିବ ନା ଅପରିବର୍ତିତ ରହିବ ତାକୁ ନେଇ ଚର୍ଚ୍ଚା

523

କନକ ବ୍ୟୁରୋ: ମୋଦୀ କ୍ୟାବିନେଟରେ ମନ୍ତ୍ରୀ ହେବେ ଜୁଏଲ୍ ଓରାମ୍ ଏବଂ ଅଶ୍ୱିନୀ ବୈଷ୍ଣବ । ଏନେଇ ତାଙ୍କୁ ଫୋନ୍ କଲ୍ ଆସିଥିବା ସୂଚନା ମିଳିଛି । ତେବେ ଏହି ଦୁଇ ଜଣ ନେତା ପୁଣିଥରେ ମନ୍ତ୍ରୀ ହେବା ନେଇ ସୂଚନା ମିଳୁଛି । ଆଜି ସନ୍ଧ୍ୟାରେ ମୋଦୀଙ୍କ ସହ ଏହି ଦୁଇ ନେତା ଶପଥ ନେଇପାରନ୍ତି ବୋଲି କୁହାଯାଉଛି । ତେବେ ମୋଦୀଙ୍କ ଦ୍ୱିତୀୟ ପାଳି ସରକାରରେ ରେଳମନ୍ତ୍ରୀ ରହିଥିଲେ ଅଶ୍ୱିନୀ ବୈଷ୍ଣବ । ଏହାସହ ଜୁଏଲ୍ ଓରାମ ମଧ୍ୟ ମୋଦୀଙ୍କ କ୍ୟାବିନେଟରେ ମନ୍ତ୍ରୀ ରହିସାରିଛନ୍ତି । ତେଣୁ ଏହି ଦୁଇ ନେତାଙ୍କ ଉପରେ ପୁଣିଥରେ ଆସ୍ଥାପ୍ରକଟ କରିଛନ୍ତି ପିଏମ୍ ମୋଦୀ ।

ସୂୂଚନାଯୋଗ୍ୟ ଯେ, ଆଜି ମୋଦୀଙ୍କ ସହ ୩୦ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ସମ୍ଭାବିତ ମନ୍ତ୍ରୀଙ୍କ ପାଖକୁ ଫୋନ୍ ଯିବା ଆରମ୍ଭ ହୋଇଗଲାଣି । ସୂଚନା ଅନୁସାରେ ରାଜନାଥ ସିଂହ, ନୀତୀନ ଗଡ଼କରୀ, ପ୍ରହଲ୍ଲାଦ ଯୋଶୀ, ପିୟୁସ ଗୋଏଲ, ଙ୍କ ପାଖକୁ ଫୋନ୍ ଯାଇଛି । ସେହିପରି ଜୀତନରାମ ମାଂଝୀ, ଜୟନ୍ତ ଚୌଧୁରୀ ଓ ଅନୁପ୍ରିୟା ପଟେଲଙ୍କୁ ମଧ୍ୟ ଫୋନ୍ ଯାଇଛି । ଟିଡିପିର ଦୁଇ ଜଣ ରାମ ମୋହନ ନାଇଡୁ ଓ ଡ. ଚନ୍ଦ୍ରଶେଖରଙ୍କୁ ଫୋନ୍ କଲ ଯାଇଛି । ସେହିପରି ଜେଡିୟୁର ରାମନାଥ ଠାକୁରଙ୍କୁ ଫୋନ୍ ଯାଇଥିବା ଜଣାପଡ଼ିଛି । ବିହାରର ଏନଡିଏର ସହଯୋଗୀ ଦଳ ଏଲଜେପିର ଚିରାଗ ପାସୱାନଙ୍କୁ ମଧ୍ୟ ଫୋନ ଯାଇଛି । ଫୋନ ଯାଇଥିବା ନେତାମାନେ ମୋଦୀଙ୍କ କ୍ୟାବିନେଟରେ ସାମିଲ ହେବା ନେଇ ସୂଚନା ମଳିଛି ।