ଅଶ୍ୱିନୀଙ୍କୁ ମିଳିପାରେ କ୍ୟାବିନେଟ ପାହ୍ୟା! ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇପାରନ୍ତି ଅଶ୍ୱିନୀ, ତାଲିକାର ୬ ନମ୍ବର ସ୍ଥାନରେ ରହିଛି ନାଁ । 

254

କନକ ବ୍ୟୁରୋ : ସନ୍ଧ୍ୟା ୬ଟାରେ ମୋଦୀଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହେବ । ତେବେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାର ଅଶ୍ୱନୀ ବୈଷ୍ଣବଙ୍କୁ ମିଳିପାରେ କ୍ୟାବିନେଟ୍ ପାହ୍ୟା । ମୋଦୀଙ୍କ ଦ୍ୱିତୀୟ ପାଳିରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ ଓଡ଼ିଶାରୁ ୨ ଜଣଙ୍କୁ ସ୍ଥାନ ମିଳିଛି । ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ମୋଦୀଙ୍କ  ନୂଆ ଟିମରେ ଅଛନ୍ତି ।

ସବୁଠୁ ବଡକଥା ହେଲା,  ସମ୍ଭାବ୍ୟ ତାଲିକାର ୬ ନମ୍ବର ସ୍ଥାନରେ ଅଶ୍ୱିନୀଙ୍କ ନାମ ଥିବାରୁ ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ୨୦୧୯ ଜୁନ୍ ୨୮ରେ ରାଜ୍ୟସଭାକୁ ଯାଇଥିଲେ ଅଶ୍ୱିନୀ ବୈଷ୍ଣବ  । ରାଜନୀତିରେ ଏକ ବିରଳ ଘଟଣାକ୍ରମରେ ଉଭୟ ବିଜେପି ଓ ବିଜେଡି ମିଳିତ ଭାବେ ତାଙ୍କୁ ରାଜ୍ୟସଭାକୁ ପଠାଇବାରେ ଭୂମିକା ନେଇଥିଲେ । ୫୧ ବର୍ଷୀୟ ଅଶ୍ୱିନୀ ବୈଷ୍ଣବ ବିଦେଶରୁ ପାଠ ପଢ଼ିବା ସହ କାନପୁର ଆଇଆଇଟିରୁ ଡିଗ୍ରୀ ହାସଲ କରିଛନ୍ତି  । ଏହାସହ ପୂର୍ବତନ ଆଇଏଏସ ଭାବେ ତାଙ୍କର ପ୍ରଶାସନିକ କ୍ଷେତ୍ରରେ ବେଶ୍ ଅଭିଜ୍ଞତା ରହିଛି  ।