ମହିଳାଙ୍କ ପାଇଁ ବରଦାନ ସଦୃଶ ଅଶ୍ୱଗନ୍ଧା, ପ୍ରଜନନ କ୍ଷମତା ବୃଦ୍ଧି ସହ ଜାଣନ୍ତୁ ଅନ୍ୟ କେଉଁ ରୋଗରୁ ଦେଇଥାଏ ମୁକ୍ତି

Advertisment
ମହିଳାଙ୍କ ପାଇଁ ବରଦାନ ସଦୃଶ ଅଶ୍ୱଗନ୍ଧା, ପ୍ରଜନନ କ୍ଷମତା ବୃଦ୍ଧି ସହ ଜାଣନ୍ତୁ ଅନ୍ୟ କେଉଁ ରୋଗରୁ ଦେଇଥାଏ ମୁକ୍ତି

କନକ ବ୍ୟୁରୋ : ଅଶ୍ୱଗନ୍ଧା ଏକ ବହୁତ ଉପକାରୀ ଆୟୁର୍ବେଦିକ ଔଷଧ । ଶହ ଶହ ବର୍ଷ ଧରି ଏହାକୁ ଅନେକ ରୋଗରୁ ଉପସମ ପାଇଁ ବ୍ୟବହାର କରାଯାଉଛି । ଏହାକୁ ଇଣ୍ଡିଆନ ୱିଣ୍ଟର ଚେରୀ ବା ଇଣ୍ଡିଆନ ଜିନସେଙ୍ଗ ବୋଲି କୁହାଯାଇଥାଏ । ଅଶ୍ୱଗନ୍ଧା ସମସ୍ତଙ୍କ ପାଇଁ କାମରେ ଆସିଥାଏ । ହେଲେ ବିଶେଷ ଭାବେ ଏହା ମହିଳାଙ୍କର କିଛି ସ୍ୱତନ୍ତ୍ର ସମସ୍ୟା ଦୂର କରିବାରେ ଉପଯୋଗୀ ହୋଇଥାଏ ।
ଅଶ୍ୱଗନ୍ଧା ଏକ ଔଷଧୀୟ ବୃକ୍ଷ । ଏହା ମହିଳାଙ୍କ ମାସିକ ଧର୍ମରେ ଅନିୟମିତତା, ଅନିଦ୍ରା, ମେଦବହୁଳତା, ତ୍ୱଚା ଓ ଚୁଟି ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ ।
ଏକ ସ୍ୱାସ୍ଥ୍ୟ ପତ୍ରିକାର ରିପୋର୍ଟ ମୁତାବକ ଆଜିକାଲି ମହିଳାମାନେ ଚାପ, ଚିନ୍ତା, ହରମୋନ ଅସନ୍ତୁଳନ, ମାସିକ ଧର୍ମରେ ଅନିୟମିତତା ଭଳି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଅଶ୍ୱଗନ୍ଧା ସେବନ ନିହାତି ଜରୁରୀ । ଅଶ୍ୱଗନ୍ଧାରେ ଥିବା କିଛି ଉପାଦାନ ମହିଳାଙ୍କ କ୍ରୋଧ, ଚିନ୍ତା, ଚାପ ଇତ୍ୟାଦିକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଅଶ୍ୱଗନ୍ଧା ଚେରକୁ ପାଣିରେ ଫୁଟାଇ କିମ୍ବା ଏହାର ପାଉଡରକୁ ପାଣିରେ ଗୋଳାଇ ପିଇଲେ ଏସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଯଦି ଆପଣଙ୍କର ଏକାଗ୍ରତା କମ ହେଉଥାଏ କିମ୍ବା କୌଣସି କାମରେ ମନ ଲାଗୁନଥାଏ ଏହାସହ ସ୍ମରଣ ଶକ୍ତି ହ୍ରାସ ପାଉଥାଏ ତେବେ ରାତିରେ ଅଶ୍ୱଗନ୍ଧା ସେବନ କରିବା ଫଳରେ ଏସବୁ ସମସ୍ୟାରୁ ମୁକ୍ତି ମଳିଥାଏ ।

ଏବେକାର ବ୍ୟସ୍ତବହୁଳ ସମୟରେ ମହିଳାମାନେ ପରିବାର ପାଇଁ ଓ ଅଫିସ ପାଇଁ କାମ କରି ସନ୍ଧ୍ୟାରେ ଘରକୁ ଫେରିବା ପରେ ବହୁ ଚାପରେ ରହିଥାନ୍ତି । ଏହାଫଳରେ ସେମାନେ ନିଜ ଉପରେ ଧ୍ୟାନ ଦେଇପାରନ୍ତି ନାହିଁ । ଏଣୁ ସେମାନେ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି । ଏହାବି ସେମାନଙ୍କର ସେକ୍ସୁଆଲ ଜୀବନକୁ ପ୍ରଭାବିତ କରିଥାଏ । ଏଭଳି ପରିସ୍ଥିତିରେ ଅଶ୍ୱଗନ୍ଧା ଆପଣଙ୍କ ଶାରିରୀକ ସଂପର୍କ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

କିଛି ମହିଳାଙ୍କ ମାସିକ ଧର୍ମରେ ଅନିୟମିତତା ଦେଖିବାକୁ ମିଳିଥାଏ । ଏହାସହ ଅନ୍ୟ କିଛି ମହିଳାଙ୍କ ପ୍ରଜନନ କ୍ଷମତା ବି କମ ହୋଇଥାଏ । ଏସବୁ ସମସ୍ୟାର ମୁକ୍ତି ପାଇବାକୁ ହେଲେ ଅଶ୍ୱଗନ୍ଧାକୁ ଆପଣ କ୍ଷୀର ସହ ମିଶାଇ ଦୈନିକ ସେବନ କଲେ ଲାଭ ମିଳିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe