କନକବ୍ୟୁରୋ: ବନ୍ୟା ପାଣିରେ ବୁଡ଼ିଲା ମନ୍ଦିର। ଆଠଗଡ଼ ସୋମପଡ଼ାରୁ ଖଣ୍ଡହତା ରାସ୍ତାରେ ଥିବା ମା’ ବଡ଼ବନ୍ଧିଆଣିଙ୍କ ମନ୍ଦିର ବୁଡ଼ ଯାଇଛି। ମା’ଙ୍କ ଘୋଡ଼ା ବୁଡ଼ି ଯାଇଛି। ପୂଜକ ମନ୍ଦିରରୁ ମା’ଙ୍କ ମୂର୍ତି ବାହାର କରି ନେଇଛନ୍ତି। ଏହା ସହ ରାସ୍ତା ଓ ପୋଲ ଉପରେ ବନ୍ୟାଜଳ ଚାଲୁଛି। ବାଙ୍କୀରୁ ହୁଳୁହୁଳା ପୋଲ ଦେଇ ମହାନଦୀର ବନ୍ୟାଜଳ ପଶି ତିଗିରିଆ ଓ ଉତ୍ତରବାଙ୍କୀ ଅଞ୍ଚଳର ହଜାର ହଜାର ଏକର ଚାଷ ଜମି ବୁଡି ରହିଛି। ସେପଟେ ବନ୍ୟା ପାଣିରେ ବୁଡ଼ିଲା ଚାଷୀଙ୍କ ସୁନାର ଫସଲ।ବାଙ୍କୀ ଡମପଡା ବ୍ଲକ ବିଲିପଡ଼ା ପଞ୍ଚାୟତରେ ଥିବା ହେକ୍ଟର ହେକ୍ଟର ପରିବା ଫସଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। କାକୁଡି, ବାଇଗଣ, ପୋଟଳ, ଝୁଡ଼ଙ୍ଗ ଭଳି ପରିବା ଏବେବି ବନ୍ୟା ଜଳରେ ଭାସୁଛି।ସେପଟେ ବନ୍ୟା ଜଳରେ ଫସଲ ଉଜୁଡି ଯାଇଥିବାରୁ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ବାଙ୍କୀର ଚାଷୀକୁଳ।