ସମ୍ପୁର୍ଣ୍ଣ ଦେଶରେ ଦୂର୍ଗାପୁଜା ଉତ୍ସବ ଚାଲିଥିବା ବେଳେ ନବରାତ୍ରୀକୁ ସବୁ ଧୁମଧାମରେ ପାଳୁଛନ୍ତି । ନବରାତ୍ରୀ ଏହି ନଅ ଦିନରେ ମା’ ଦଶଭୁଜା ଭିନ୍ନ ଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଆଜି ହେଉଛି ମା’ ଦୂର୍ଗାଙ୍କ ମହାଅଷ୍ଟମୀ । ପୀଠରେ ମହାନବମୀ ପୂଜା କରାଯାଉଥିଲେ ମଧ୍ୟ ପ୍ରତ୍ୟେକ ପୂଜା ମଣ୍ଡପରେ ଆଜି ମା’ଙ୍କ ମହାଅଷ୍ଟମୀ ପୂଜା ରୀତିନୀତିରେ ପାଳନ କରାଯାଉଛି ।
ମହାଅଷ୍ଟମୀ ପୂଜାରେ ମା’ଙ୍କ ଅଷ୍ଟମ ରୂପ ଅର୍ଥାତ୍ ମହାଗୌରୀ ରୁପକୁ ପୂଜା କରାଯାଏ । ଶାନ୍ତ ସ୍ୱରୁପା ମା’ଗୌରୀ ବୃଷଭ ପିଠିରେ ଅଭିଷିକ୍ତ ହୋଇ ହାତରେ ତ୍ରିଶୂଳ ଧରି ଭକ୍ତଙ୍କ ସମସ୍ୟାକୁ ଦୂର କରନ୍ତି । ମହାଗୌରୀଙ୍କ ପୂଜାରେ କନ୍ୟାପୂଜନର ମଧ୍ୟ ରୀତିନୀତି ରହିଛି । କନ୍ୟାପୂଜନ ପରେ ପୁରୀ,ହାଲୱା ଏବଂ ଚଣା ଭୋଗ ନବକନ୍ୟାଙ୍କୁ ଖାଇବାକୁ ଦିଆଯାଇଥାଏ । ଏହାଛଡା ନଅକନ୍ୟାଙ୍କୁ ଉପହାର ଏବଂ ଭେଟି ମଧ୍ୟ ଦିଆଯାଏ ।
କିଭଳି କରିବେ କନ୍ୟାପୁଜନ ଜାଣିରଖନ୍ତୁ ?
୧. କନ୍ୟାପୁଜନ ତଥା ମହାଅଷ୍ଟମୀ ଦିନ ବଡି ଭୋରରୁ ସ୍ନାନ କରି ଭଗବାନ ଗଣେଷ ଏବଂ ମା’ ମହାଗୌରୀଙ୍କ ପୂଜା କରାଯାଏ ।
୨. ୨ ବର୍ଷରୁ ୧୦ ବର୍ଷ ବୟସ ମଧ୍ୟରେ ଥିବା ୯ କନ୍ୟା ଏବଂ ଜଣେ ବାଳକକୁ ଘରକୁ ଆମନ୍ତ୍ରିତ କରନ୍ତୁ । ଏଠାରେ ବାଳକକୁ ବଟୁକ୍ ଭୈରବଙ୍କ ରୂପେ ପୂଜା କରାଯାଏ । ମାନ୍ୟତା ଅଛି କି ଭଗବାନ ଶିବ ମାତା ସତୀଙ୍କ ପୀଠରେ ମା’ଙ୍କ ସେବା ସକାଶେ ବଟୁକ୍ ଭୈରବଙ୍କୁ ଆଦେଶ ଦେଇଛନ୍ତି । କୁହାଯାଏ ଶକ୍ତିପୀଠରେ ମା’ଙ୍କ ଦର୍ଶନ ପରେ ଯଦି ଭୈରବଙ୍କ ଦର୍ଶନ ନ କରାଯାଏ ତେବେ ଦର୍ଶନ ଅଧାରେ ରହିଯାଏ ।
୩. କନ୍ୟାପୁଜନ ପୂର୍ବରୁ ଘରକୁ ଭଲଭାବେ ଧୁଅନ୍ତୁ । କନ୍ୟାଙ୍କୁ ମା’ଙ୍କ ଅବତାର ବୋଲି ମନେ କରାଯାଏ । ତେଣୁ ଗୃହପ୍ରବେଶ ସମୟରେ ମା’ଙ୍କ ଜୟ ଜୟକାର କରିବାକୁ ଯେମିତି ନ ଭୁଲନ୍ତୁ । କନ୍ୟାମାନଙ୍କ ବସିବା ପାଇଁ ଆସନର ବ୍ୟବସ୍ଥା କରନ୍ତୁ ଏବଂ ତାଙ୍କ ପାଦକୁ ଧୁଅନ୍ତୁ । ଏହାପରେ ସମସ୍ତଙ୍କ ଆଳତୀ କରି ତାଙ୍କୁ ସିନ୍ଦୁର ଲଗାଇ ଦିଅନ୍ତୁ ଏବଂ ହାତରେ ପବିତ୍ର ସୂତା ବା ଧାଗା ବାନ୍ଧିଦିଅନ୍ତୁ । ଏହାପରେ ଯଥାଶୀଘ୍ର କନ୍ୟାମାନଙ୍କୁ ଭୋଗ ଲଗାଇ ଦିଅନ୍ତୁ । ଏହାପରେ ଭେଟି ଦେଇ କନ୍ୟାଙ୍କୁ ସନ୍ତୁଷ୍ଟି କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/Durga-Mata-HD-Wall-paper.jpg)
/kanak/media/post_attachments/wp-content/uploads/2018/10/mahagauri-300x203.gif)
/kanak/media/post_attachments/wp-content/uploads/2018/10/navratri-1521811584-1539606931-300x202.jpg)