ଜମି ଦୁର୍ନୀତି ନେଇ ମହାରଥୀଙ୍କ ଉପରେ ବର୍ଷିଲେ ବିଜେପି ନେତା ଆଶ୍ରିତ ପଟ୍ଟନାୟକ । କହିଲେ ୩୫-୪୦ ବର୍ଷ ହେବ ରାଜନୀତି କରି ମହାରଥୀ ପିପିଲିକୁ ଧ୍ୱଂସ କରିସାରିଲେଣି ।

241

କନକ ବ୍ୟୁରୋ : ବିଜେପିକୁ ପ୍ରଦୀପ ମହାରଥୀଙ୍କ ଚ୍ୟାଲେଞ୍ଜ ପରେ ପିପିଲି ବିଧାୟକଙ୍କୁ ଘେରିଲେ ବିଜେପି ନେତା ଆଶ୍ରିତ ପଟ୍ଟନାୟକ । ସରକାରୀ ଜମି ନେଇ ସାଂଘାତିକ ଅଭିଯୋଗ ଆସିବା ପରେ ବିଜେପିକୁ ଚ୍ୟାଲେଞ୍ଜ ଦେଇଥିଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ । ସେ କହିଛନ୍ତି, ଶହେ କୋଟି ତ ଦୂରର କଥା ଶହେ ଟଙ୍କାର ଜମି ଦୁର୍ନୀତି ହୋଇନାହିଁ । ପିପିଲି କିମ୍ବା ଡେଲାଙ୍ଗରେ ଯଦି ଜମି ରେଜିଷ୍ଟ୍ରେସନ କରିଥିବା ପ୍ରମାଣିତ ହଏ ତେବେ ସେ ବିଧାନସଭା ଆସିବେନି ଓ ରାଜନୀତିରୁ ସନ୍ୟାସ ନେବେ ।

ସେପଟେ ବିଜେପି ନେତା ଆଶ୍ରୀତ ପଟ୍ଟନାୟକ କହିଛନ୍ତି, ମହାରଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିଷୟରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ । ୩୫ରୁ ୪୦ ବର୍ଷ ଧରି ରାଜନୀତି କରି ସେ ଅଂଚଳକୁ ଧ୍ୱଂସ କରିସାରିଲେଣି, ଆଗକୁ ସେ ରାଜନୀତି କରିବେ କି ନାହିଁ ସମୟ କହିବ ବୋଲି ଆଶ୍ରୀତ ପଟ୍ଟନାୟକ କହିଛନ୍ତି । ଗତକାଲି ବିଜେପି ମହାରଥୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା । ଦଳ ଅଭିଯୋଗ କରିଥିଲା, ମହାରଥୀ ନିଜ ଫାର୍ମ ହାଉସ ନିକଟରେ ଥିବା ସରକାରୀ ଜମିକୁ ହଡପ କରିଛନ୍ତି । ଚଂଚକତା କରି ୧୦୦ କୋଟିରୁ ଅଧିକ ଟଙ୍କାର ସରକାରୀ ଜମି ଅକ୍ତିଆର କରିଥିବା ପ୍ରେସମିଟ୍ କରି କହିଥିଲେ ଦଳର ନେତା ଗୋଲକ ମହାପାତ୍ର । ଆଉ ଆଜି ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ପ୍ରଦୀପ ମହାରଥୀ ।