ଭାଇଚାରାର ଦେଶ ଭାବେ ବିଶ୍ୱକୁ ଉଦାହରଣ ଦେଉଥିବା ଦେଶ ହେଉଛି ଭାରତ । ଯେଉଁଠାରେ ଇଦ୍ ହେଉ କି ଦଶହରା କିମ୍ବା ବଡଦିନ ସବୁ ବର୍ଗର ଲୋକେ ଖୁବ୍ ଉଲ୍ଲାସରେ ପର୍ବପର୍ବାଣୀକୁ ମାନିଥାନ୍ତି । ବର୍ତ୍ତମାନ ରମଜାନ୍ ର ପବିତ୍ର ମାସ ଚାଲିଛି । ମୁସଲମାନ୍ ଭାଇଭଉଣୀମାନେ ୩୦ ଦିନ ଧରି ରୋଜା ପାଳନ କରି ଅଲ୍ଲାଙ୍କୁ ପୂଜିଥାନ୍ତି । ରୋଜା ରଖିବାର ଅର୍ଥ କେବଳ ଉପବାସରେ ରହିବା ନୁହେଁ ଏହି ପବିତ୍ର ମାସରେ କରିଥିବା ପବିତ୍ର କର୍ମ ଲୋକଙ୍କୁ ଅଲ୍ଲାଙ୍କ ନିକଟତର କରାଇଥାଏ । ଯେଉଁ ଲୋକମାନେ ଏଭଳି କର୍ମ କରନ୍ତି ତାଙ୍କ ରୋଜା ସମ୍ପୁର୍ଣ୍ଣ ହୁଏ ବୋଲି ଧାରଣା ରହିଛି ।
ତେବେ ନିକଟରେ ରାଜସ୍ଥାନରେ ରହୁଥିବା ଜଣେ ମୁସଲମାନ୍ ଯୁବକଙ୍କୁ ରୋଜା ଭାଙ୍ଗିବାକୁ ପଡିଥିଲା । ଯାହାର କାରଣ ସେ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଂଚାଇବା ପାଇଁ ରୋଜା ଭାଙ୍ଗିଥିଲେ । ଅଶରଫ୍ ଖାନ୍ ନାମକ ଏହି ବ୍ୟକ୍ତି ସାବିତ୍ରୀ ଦେବୀ ନାମ୍ନୀ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଚାଂଇବାକୁ ଯାଇ ଏଭଳି ମହତ୍ କାମ କରିଥିଲେ । ଆପତ୍ତକାଳୀନ ସମୟରେ ମହିଳାଙ୍କୁ ଯେତେବେଳେ ରକ୍ତର ଆବଶ୍ୟକତା ପଡିଲା ଡାକ୍ତରଖାନାରେ ରକ୍ତର ଅଭାବ ହେତୁ ଘରଲୋକ ସୋସିଆଲ୍ ମିଡିଆରେ ରକ୍ତ ଆବଶ୍ୟକତାର ମେସେଜ୍ ପଠାଇଥିଲେ । ଯାହାକୁ ଦେଖି ଅଶରଫ୍ ଘରଲୋକଙ୍କୁ ଫୋନ୍ ଯୋଗେ ରୋଜା ଥିବା କଥା କହି ରୋଜା ଶେଷ ହେବା ପରେ ରକ୍ତ ଦେବା କଥା କହିଥିଲେ । କିନ୍ତୁ ଗର୍ଭବତୀଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ସେ ତୁରନ୍ତ ଡେରି ନ କରି ଡାକ୍ତରଖାନାରେ ପହଚିଂ ମହିଳାଙ୍କୁ ରକ୍ତଦାନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/11-19-735x400.jpg)
/kanak/media/post_attachments/wp-content/uploads/2019/06/Indian-pregnant-women-300x200.jpg)